ନୂଆପଡ଼ା/ବୋଡ଼େନ : ବୁଧବାର ଦ​ଳିତ ଅଧିକାର ମଞ୍ଚ ରାଜ୍ୟ ସଭାପତି କମଳ ଚରଣ ତାଣ୍ଡିଙ୍କ ନେତୃତ୍ବରେ ବୋଡ଼େନ ବ୍ଲକ୍‌ ଅଫିସ ଘେରାଉ କରାଯାଇ ୬ ଦଫା ଦାବିପତ୍ର ବ୍ଲକ୍‌ ପ୍ରଶାସନକୁ ଦିଆଯାଇଛି। ମଞ୍ଚର ଦାବି ଯେ, ବ୍ଲକ୍‌ରେ ମନରେଗା ଯୋଜନାରେ ଶ୍ରମିକଙ୍କୁ ପାଉଣା ପ୍ରଦାନ କରାଯାଉ। ଦାବୀ ଗ୍ରାମରେ ପାନୀୟ ଜଳ ଯୋଗାଣ ପାଇଁ ବ୍ୟବସ୍ଥା ହେଉ, ଗରିବ ଲୋକଙ୍କୁ ଚିହ୍ନଟ କରି ବାର୍ଦ୍ଧକ୍ୟ ଭତ୍ତା ପ୍ରଦାନ କରାଯାଉ। ଦାବିପତ୍ର ପ୍ରଦାନ ସମୟରେ ପ୍ରଦୀପ ନାୟକ, ମୁନା ଜଗତ, ପଞ୍ଚୁ ମାଝୀ, ତ୍ରୀନାଥ ବେ‌ମାଲ, ଶିବ ହଂସ ପ୍ରମୁଖ ଉପସ୍ଥିତ ଥିଲେ।

The post ବୋଡ଼େନ ବ୍ଲକ୍‌ ଅଫିସ୍‌ ଘେରିଲେ ଦଳିତ ଅଧିକାର ମଞ୍ଚ first appeared on Sambad.

from ଜିଲ୍ଲା | Sambad https://ift.tt/3iXymSN