
ଲାଞ୍ଜିଗଡ଼ : ଲାଞ୍ଜିଗଡ଼ ବ୍ଲକ୍ ବିଶ୍ୱନାଥପୁର ରେଞ୍ଜ୍ର ମୂଷାନାଳ ସେକ୍ସନ ଅଧୀନରେ ଥିବା ମୂଷାନାଳ-ବିଜେପୁର ମୁଖ୍ୟ ପିଡବ୍ଲୁଡି ରାସ୍ତାର ଧଡ଼େଲ ଜଙ୍ଗଲ ନିକଟରେ ଏକ ଶୁଖିଲା ଶାଳଗଛ ରାସ୍ତା ଉପରେ ପଡ଼ିରହିଥିଲା। ଏଥିପାଇଁ ୧୮ ଘଣ୍ଟା ଧରି ଯାତାୟାତ ଠପ୍ ହୋଇଥିଲା।
ଘାଟି ଅଞ୍ଚଳରେ ଥିବା ୫ଟି ପଞ୍ଚାୟତ ବେନଗାଁ, ଲାଖବାହିଲି, ପାହାଡ଼ପଦର, ବିଜେପୁର, ମାଳିଯୁବାଙ୍ଗ ତଥା ରାୟଗଡ଼ା ଜିଲ୍ଲା କଲ୍ୟାଣିସିଂପୁରକୁ ଯାତାୟାତ କରୁଥିବା ଲୋକେ ବହୁ ଅସୁବିଧା ଭୋଗିଥିଲେ। ସୂଚନା ପାଇ ମୂଷାନାଳ ବନବିଭାଗ କର୍ମଚାରୀମାନେ ରାସ୍ତା ଅବରୋଧ ହଟାଇଥିଲେ। ବର୍ତମାନ ଆଉ ୨ଟି ଶୁଖିଲା ଗଛ ରାସ୍ତା କଡ଼ରେ ବିପଦସଙ୍କୁଳ ଅବସ୍ଥାରେ ରହିଛି। ଏଗୁଡ଼ିକୁ ରାସ୍ତା କଡ଼ରୁ ହଟାଇବାକୁ ଅଞ୍ଚଳବାସୀ ଦାବି କରିଛନ୍ତି।
The post ମୂଷାନାଳ-ବିଜେପୁର ମୁଖ୍ୟ ରାସ୍ତାରେ ଗଛ ପଡ଼ି ଅବରୋଧ first appeared on Sambad.from ଜିଲ୍ଲା | Sambad https://ift.tt/3fgIepF
0 Comments