
ରାଉରକେଲା : ଚଳିତ ପରୀକ୍ଷାରେ ଫଳାଫଳକୁ ନେଇ ଅସନ୍ତୁଷ୍ଟ ଛାତ୍ରଛାତ୍ରୀଙ୍କର ଆଜି ଥିଲା ଅଫ୍ ଲାଇନ୍ ମାଟ୍ରିକ ପରୀକ୍ଷାର ପ୍ରଥମ ଦିନ। ଅସନ୍ତୁଷ୍ଟ ସହ ମୁକ୍ତ ବିଦ୍ୟାଳୟ ମୋଟ ୮୨୮ ଛାତ୍ରଛାତ୍ରୀ ଫର୍ମ ପୂରଣ କରିଥିଲେ। ପ୍ରଥମ ଦିନ ପରୀକ୍ଷା ଦେବାକୁ ଆସିଥିଲେ ମାତ୍ର ୪୮୭ ପିଲା। ଅବଶିଷ୍ଟ ୩୪୧ ପିଲା ଅନୁପସ୍ଥିତ ଥିଲେ। ରେଗୁରାଲରେ ମୋଟ ୩୧୯ ପିଲାଙ୍କ ମଧ୍ୟରୁ ୨୭୮ ପିଲା ପରୀକ୍ଷା ଦେଇଥିଲେ। ୪୧ ଅନୁପସ୍ଥିତ ଥିଲେ। ସେମିତି ମୁକ୍ତ ବିଦ୍ୟାଳୟରେ ମୋଟ ୫୦୯ ପିଲାଙ୍କ ମଧ୍ୟରୁ ୨୦୯ ପରୀକ୍ଷା ଦେଇଥିଲେ। ଅନୁପସ୍ଥିତ ଥିଲେ ୩୦୦ ପିଲା।
ପୂର୍ବାହ୍ନ ୧୦ଟାରୁ ଅପରାହ୍ନ ସାଢ଼େ ୧୨ଟା ପର୍ଯ୍ୟନ୍ତ ପରୀକ୍ଷା ଚାଲିଥିଲା। ପୂର୍ବାହ୍ନ ସାଢ଼େ ୯ଟାରେ ପିଲାମାନେ ପରୀକ୍ଷା କେନ୍ଦ୍ରକୁ ଭିତରକୁ ପଶିଥିଲେ। ପରୀକ୍ଷା କେନ୍ଦ୍ରକୁ ଯିବା ପୂର୍ବରୁ ଥର୍ମାଲ ସ୍କ୍ରିନିଂ କରାଯାଇଥିଲା। ପରୀକ୍ଷା ଦେଉଥିବା ହଲ୍ରେ ସାମାଜିକ ଦୂରତା ନିୟମକୁ କଡାକଡି ପାଳନ କରାଯାଇଥିଲା। ଏଥିପାଇଁ ସୁନ୍ଦରଗଡ ଜିଲ୍ଲାର ମୋଟ ୧୭ଟି ପରୀକ୍ଷା କେନ୍ଦ୍ର କରାଯାଇଛି। ମୋଟ ୮୨୮ ଛାତ୍ରଛାତ୍ରୀ ଫର୍ମ ପୂରଣ କରିଥିଲେ। ୯ଟି ପରୀକ୍ଷା କେନ୍ଦ୍ରରେ ଅସନ୍ତୁଷ୍ଟ ରେଗୁରାଲ ସହ ଏକ୍ସରେଗୁରାଲ ଛାତ୍ରଛାତ୍ରୀ ପରୀକ୍ଷା ଦେଉଛନ୍ତି। ୮ଟି କେନ୍ଦ୍ରରେ ମୁକ୍ତ ବିଦ୍ୟାଳୟର ଛାତ୍ରଛାତ୍ରୀ ମାଟ୍ରିକ ପରୀକ୍ଷା ଦେଉଛନ୍ତି।
The post ରାଉରକେଲା: ସରିଲା ପ୍ରଥମ ଦିନର ମାଟ୍ରିକ ପରୀକ୍ଷା, ପରୀକ୍ଷା ଦେଲେନି ୩୪୧ ପିଲା first appeared on Sambad.from ଜିଲ୍ଲା | Sambad https://ift.tt/3ye2ZKg
0 Comments