
ଉଲୁଣ୍ଡା : ସୁବର୍ଣ୍ଣପୁର ଜିଲ୍ଲା ଉଲୁଣ୍ଡା ଥାନା ମେନକାଜୋର ନିକଟରେ ସଶସ୍ତ୍ର ଡକାୟତି ହୋଇଛି। ଏକ ଆପାଚି ବାଇକ୍ରେ ୩ ଜଣ ଯୁବକ ଆସି ଡେଲିଭରି ପ୍ରାଇଭେଟ୍ ଲିମିଟେଡ୍ କମ୍ପାନିର ଜଣେ ଯୁବକଙ୍କୁ ଭୁଜାଲି ଦେଖାଇ ଟଙ୍କା ଏବଂ ମୋବାଇଲ୍ ଫୋନ୍ ଲୁଟି ନେଇଛନ୍ତି।
ବୀରମହାରାଜପୁର ଥାନା ଟିଟିପାଲି ଗ୍ରାମର ବିନୋଦ ଖମାରୀ ଡେଲିଭରି ପ୍ରାଇଭେଟ୍ ଲିମିଟେଡ୍ କମ୍ପାନିରେ କାମ କରନ୍ତି। ଶନିବାର ଅପରାହ୍ଣରେ ଉଲୁଣ୍ଡା ପଟକୁ କିଛି ପାର୍ସଲ ଡେଲିଭରି ପାଇଁ ଆସିଥିଲେ। କାର୍ଯ୍ୟ ସାରି ନିଜ ଘରକୁ ଫେରୁଥିବା ବେଳେ ଉଲୁଣ୍ଡା ପଟରୁ ବାଇକ୍ ଯୋଗେ ୩ଜଣ ଦୁର୍ବୃତ୍ତ ଆସି ତାଙ୍କୁ ଭୁଜାଲି ଦେଖାଇ ୧୫ ହଜାର ଟଙ୍କା, ଗୋଟିଏ ମୋବାଇଲ୍ ଫୋନ୍ ଲୁଟି ନେଇଥିଲେ। ବିନୋଦ ଉଲୁଣ୍ଡା ଥାନାକୁ ଆସି ଅଭିଯୋଗ କରିବା ପରେ ପୁଲିସ ଏକ ମାମଲା (୧୧୦/୨୧) ରୁଜୁ କରି ଅଧିକ ତଦନ୍ତ କରୁଛି।
The post ଭୁଜାଲି ଦେଖାଇ ଲୁଟିନେଲେ ଟଙ୍କା, ଫୋନ୍ first appeared on Sambad.from ଜିଲ୍ଲା | Sambad https://ift.tt/36FWwvx
0 Comments