
ଧର୍ମଗଡ଼ : ଜନସ୍ୱାସ୍ଥ୍ୟ ଓ ଯାନ୍ତ୍ରିକ ବିଭାଗ କାର୍ଯ୍ୟାଳୟରେ ବହୁବର୍ଷ ଧରି କାର୍ଯ୍ୟରତ ଠିକା କର୍ମଚାରୀମାନେ ଏବେ ସେମାନଙ୍କ ଚାକିରିର ସ୍ଥାୟିତ୍ବ ନେଇ ସନ୍ଦିହାନ ହୋଇପଡ଼ିଛନ୍ତି। ସେମାନଙ୍କୁ ଛଟେଇ ଭୟ ଘାରିଛି। ତେଣୁ ସେମାନଙ୍କୁ ନିୟମିତ କରିବାକୁ ଦାବି କରିଛନ୍ତି।
ଏମାନେ ଧର୍ମଗଡ଼ ଗ୍ରାମ ପଞ୍ଚାୟତ ଥିବା ସମୟରୁ ଦୈନିକ ମଜୁରିରେ ନିୟୋଜିତ ହୋଇ କାର୍ଯ୍ୟ କରିଆସୁଛନ୍ତି। ପରେ ଗ୍ରାମ୍ୟ ଜଳ ଯୋଗାଣ ବିଭାଗ ଏବଂ ଏନ୍ଏସି ଅଧୀନରେ ରହିଥିଲେ। ଏବେ ଜନସ୍ୱାସ୍ଥ୍ୟ ଓ ଯାନ୍ତ୍ରିକ ବିଭାଗ ଅଧୀନରେ କାମ କରୁଛନ୍ତି। ବର୍ତ୍ତମାନ ୧୯ ଜଣ କର୍ମଚାରୀ ସହରକୁ ଜଳ ଯୋଗାଣ କାର୍ଯ୍ୟରେ ନିୟୋଜିତ ଅଛନ୍ତି। ଦୈନିକ ୨୨୪.୨୪ ପଇସା ହିସାବରେ ଛୁଟି ଦିନକୁ ଛାଡ଼ି ଏମାନଙ୍କୁ ପାରିଶ୍ରମିକ ମିଳୁଛି। ଏତେ କମ୍ ଟଙ୍କାରେ ପରିବାର ଚଳିବା ମୁସ୍କିଲ ବୋଲି ଦର୍ଶାଇଛନ୍ତି। ଏକ ଅନିଶ୍ଚିତ ଭବିଷ୍ୟତକୁ ନେଇ ସବୁବେଳେ ରହିଛନ୍ତି। ଏବେ ବିଭାଗ ଆଉଟସୋର୍ସିଂ ସଂସ୍ଥା ମାଧ୍ୟମରେ ଜଳ ଯୋଗାଣ ବ୍ୟବସ୍ଥା କରିବା ଖବର ଆସିବାରୁ ଏମାନଙ୍କୁ ଛଟେଇ ଭୟ ଘାରିଛି। ତେଣୁ ଏମାନେ ଚାକିରି ନୟିମତ କରିବାକୁ ଏକ ଦାବିପତ୍ର ଧର୍ମଗଡ଼ ଉପଜିଲ୍ଲାପାଳଙ୍କ ଜରିଆରେ ନଗର ଉନ୍ନୟନ ମନ୍ତ୍ରୀଙ୍କୁ ପ୍ରଦାନ କରିଛନ୍ତି।
The post ଠିକା କର୍ମଚାରୀଙ୍କୁ ନିୟମିତ କରିବାକୁ ଦାବିପତ୍ର first appeared on Sambad.from ଜିଲ୍ଲା | Sambad https://ift.tt/3hK5TAn
0 Comments