
କେସିଙ୍ଗା: ଜୈନ ତେରାପନ୍ଥ ସଂଘର ମୁଖ୍ୟ ଆଚାର୍ଯ୍ୟ ମହାଶ୍ରବଣଙ୍କ ଶିଷ୍ୟ ମୁନି ଜିନେଶ ଜୀ, ପରମାନନ୍ଦ ଜୀ ଓ କୁନାଲ କୁମାର ହାଇଦ୍ରାବାଦରୁ ବିଭିନ୍ନ ଅଞ୍ଚଳ ଦେଇ ଶନିବାର ଦିନ କେସିଙ୍ଗାରେ ପହଞ୍ଚିଛନ୍ତି। ଏଠାରେ ତାଙ୍କୁ କୋଭିଡ୍ କଟକଣା ମଧ୍ୟରେ ଭବ୍ୟ ସ୍ବାଗତ କରାଯାଇଥିଲା। ସଭାର କେସିଙ୍ଗା ଅଧ୍ୟକ୍ଷ ମଙ୍ଗତରାମଙ୍କ ଘରେ ଶନିବାର ଦିନ ଅବସ୍ଥାନ କରିଥିବା ବେଳେ ନୂତନ ଭାବରେ ନିର୍ମାଣ ହୋଇଥିବା ଜୈନ ତେରାପନ୍ଥ ଭବନକୁ ରବିବାର ଲୋକାର୍ପଣ କରିବେ।
ଚତୁର୍ମାସ ଆସୁଥିବାରୁ ୪ ମାସ ଏଠାରେ ରହି ଲୋକଙ୍କୁ ଉପଦେଶ ଓ ନୀତିବାଣୀ ଦେବାର କାର୍ଯ୍ୟକ୍ରମ ରହିଛି। ପୂର୍ବ ସଭା ଅଧ୍ୟକ୍ଷ ରାମ ନିବାସ ଜୈନ, ଚେମ୍ବର ସଭାପତି ଅନିଲ ଜୈନ, ସଜନ ଜୈନ, ସଂଜୀବ ଜୈନ, ସୁନ୍ଦରଲାଲ ଜୈନ, ମୁକେଶ ଜୈନ, ଶ୍ୟାମୁ ଜୈନ, ଯୁବ ସମାଜସେବୀ ଅନୁପ ଜୈନ, ସଚିନ ଜୈନ, ସଭାମନ୍ତ୍ରୀ ଜୈଭବାନ ଜୈନ, ପୂର୍ବ ଏନ୍ଏସି ଅଧ୍ୟକ୍ଷ ରାମକୁମାର ଜୈନ, ମନିଷ ଅଗ୍ରୱାଲ, ବିଏସ୍ଏର କର୍ମକର୍ତ୍ତା ପ୍ରମୁଖ ତାଙ୍କୁ ସ୍ବାଗତ କରିଥିଲେ।
The post ଚତୁର୍ମାସ ଅବସରେ ଜୈନ ମୁନିଙ୍କ କେସିଙ୍ଗା ଆଗମନ first appeared on Sambad.from ଜିଲ୍ଲା | Sambad https://ift.tt/2Uqj68C
0 Comments