କୋମନା : କୋମନା ବ୍ଲକ୍‌ ପେଣ୍ତରାବନ୍ଧ ଗାଁରେ ବହୁଦିନ ହେଲା ପୋତି ହୋଇଥିବା ନାଳ ସଫା କରିଛନ୍ତି ଗାଁର ଯୁବଗୋଷ୍ଠୀ। ଏହି ଗାଁରେ ଡ୍ରେନ୍‌ଗୁଡ଼ିକୁ ପୋତି ହୋଇଯାଇଥିବାରୁ ଘରଗୁଡ଼ିକରୁ ବାହାରୁଥିବା ମଇଳା ପାଣି ରାସ୍ତା ଉପରେ ବହୁଥିଲା। ପୁଣି ଅସରାଏ ବର୍ଷା ହେଲେ ରାସ୍ତା ଉପରେ ପାଣି ଜମି ରହୁଥିଲା। ଏନେଇ ବାରମ୍ବାର ପଞ୍ଚାୟତକୁ ଅବଗତ କରୁଥିଲେ ମଧ୍ୟ ପଦକ୍ଷେପ ନିଆଯାଉ ନଥିଲା ବୋଲି ଗ୍ରାମବାସୀ କହିଛନ୍ତି।

ଶେଷରେ ଗାଁର ଜୟମାଁ ପରଦେଶେନ ସ୍ବେଚ୍ଛାସେବୀ ଅନୁଷ୍ଠାନର ଯୁବଗୋଷ୍ଠୀ ସଫେଇ ପାଇଁ ଅଣ୍ଟା ଭିଡ଼ିଥିଲେ। ଅନୁଷ୍ଠାନର ସଭାପତି ହରିଶ୍ଚନ୍ଦ୍ର ମାଝୀଙ୍କ ନେତୃତ୍ବରେ ନୀଳାଚଳ ମାଝୀ, ସୁକୁମାର ସାହୁ, ପଦ୍ମଲୋଚନ ବରିହା, ଗୌତମ ମାଝୀ, ରଞ୍ଜନ ମାଝୀ, ଲଳିତ ମାଝୀ, ଓଁକାର ମାଝୀ, କପିଳ ସାହୁ, ତ୍ରିଲୋଚନ ବାଗ, ପ୍ରହ୍ଲାଦ ମାଝୀ, କୁଶଧର ମାଝୀ, ନିକୁ ମାଝୀ, ହୃଦାନନ୍ଦ ମାଝୀ, ଜିତେନ ସତନାମୀ, ଲିବ୍ୟକାନ୍ତ ମାଝୀ, ବିପେନ ଧରୁଆ, ଜିତୁ ସତନାମୀ, ସଦାନନ୍ଦ ହଂସ, ରଞ୍ଜିତ ବାଗ, ଦଶରଥ ମୁଗଲୀ, ଡମ୍ବରୁଧର ମାଝୀ ପ୍ରମୁଖ ଶ୍ରମଦାନ କରି ଗାଁର ନାଳନର୍ଦମା ସଫା କରିଥିଲେ।

The post ନାଳ ସଫାକଲେ ଯୁବଗୋଷ୍ଠୀ first appeared on Sambad.

from ଜିଲ୍ଲା | Sambad https://ift.tt/3BfvF7p