ଉଲୁଣ୍ଡା : ସୁବର୍ଣ୍ଣପୁର ଜିଲ୍ଲା ଉଲୁଣ୍ଡା ବ୍ଲକ୍‌ ଅନ୍ତର୍ଗତ କୋଟସମଲାଇସ୍ଥିତ ପାତାଳୀ ଶ୍ରୀକ୍ଷେତ୍ରରେ କେବଳ ପାରମ୍ପରିକ ରୀତିନୀତିରେ ଘୋଷଯାତ୍ରା ଅନୁଷ୍ଠିତ ହୋଇଯାଇଛି। ଗୀତ ସୁଧାକର ପୁରୋହିତ ପହଣ୍ଡି କରିଥିଲେ। ସୁଧୀର ପୁରୋହିତ ସହଯୋଗ କରିଥିଲେ। ବିନା ଭକ୍ତରେ ଖାଁ ଖାଁ ଲାଗୁଥିଲା ବଡ଼ଦାଣ୍ଡ। ପୂର୍ବାହ୍ନ ୧୧ଟାରେ ଠାକୁରମାନଙ୍କୁ ଆଡ଼ପ ମଣ୍ଡପ ବିଜେ କରାଯାଇଥିଲା। ସେଠାରେ ପରମ୍ପରା ଅନୁଯାୟୀ ପୂଜାର୍ଚ୍ଚନା କରାଯାଇଥିଲା। ଶ୍ରଦ୍ଧାଳୁଙ୍କ ଦର୍ଶନ ବାରଣ ଥିବାରୁ ଶାନ୍ତି ଶୃଙ୍ଖଳା ରକ୍ଷା ପାଇଁ ରଖି ବ୍ୟାପକ ପୁଲିସ ମୁତୟନ କରାଯାଇଥିଲା। ସୀମିତ ସଂଖ୍ୟକ ସେବାୟତଙ୍କୁ ନେଇ ମହାପ୍ରଭୁଙ୍କ ପୂଜାନୀତି ହୋଇଥିଲା। ପ୍ରଥମେ ଦ୍ୱାର ଫିଟା, ମଙ୍ଗଳ ଆଳତି, ଖେଚୁଡି ଭୋଗ, ବେଶ ଏବଂ ଟାହିଆ ଲାଗିପରେ ଠାକୁରମାନଙ୍କୁ ୧୦୮ ପାହାଚ ଅବତରଣ କରାଯାଇଥିଲା। ଏହା ପରିସର ମଧ୍ୟରେ ହିଁ ମହାପ୍ରଭୁଙ୍କ ନବଦିନାତ୍ମକ ଯାତ୍ରା ଅନୁଷ୍ଠିତ ହେବ ବୋଲି ଟ୍ରଷ୍ଟର ସଂପାଦକ ସୂଚନା ଦେଇଛନ୍ତି।

ଯାତ୍ରାରେ ଗ୍ରାମର ଗୌନ୍ତିଆ ଚମରା ଅମାତ, ରେଡ଼ମ ଗୌନ୍ତିଆ ନରସିଂହ ପଧାନ, ଖେମାଲୋଏ ଗୌନ୍ତିଆ ମିତ୍ରଭାନୁ ମହାକୁର, ଡିଏଫଓ଼ ସୁଶାନ୍ତ ସାମନ୍ତରାୟ, ଏଏସ୍‌ପି ଉତ୍କଳ କେଶରୀ ଦାଶ, ଉଲୁଣ୍ଡା ରେଞ୍ଜର ଶିବ ପ୍ରସାଦ ନାୟକ, ଟ୍ରଷ୍ଟ ସଦସ୍ୟ ପୂର୍ଣ୍ଣଚନ୍ଦ୍ର ପାଢ଼ୀ ଉପସ୍ଥିତ ଥିଲେ। ସଂଯୋଜନା କରିଥିଲେ ଟ୍ରଷ୍ଟର ଉତ୍ତର ପାତ୍ର, ଜଗଦୀଶ କର୍ଣ, ନଳିନୀ ବାଘ, ଜାନକୀ ଦେହୁରୀ, ମହାଦେବ ସାହୁ, ସମେତ ରାଜକୁମାର ମିଶ୍ର, ଦିଲୀପ ପାତ୍ର ପ୍ରମୁଖ ଉପସ୍ଥିତ ଥିଲେ। ସେହିପରି ଉଲୁଣ୍ଡା ବ୍ଲକ୍‌ ଯାଲୋଏ, ଉଲୁଣ୍ଡା, ରକ୍‌ସା ସମେତ ବହୁତ ସ୍ଥାନରେ ରଥଯାତ୍ରା ନୀତି ଅନୁଷ୍ଠିତ ହୋଇଛି।

The post ପାତାଳୀ ଶ୍ରୀକ୍ଷେତ୍ରରେ କେବଳ ନୀତିକାନ୍ତିରେ ଘୋଷଯାତ୍ରା ସଂପନ୍ନ first appeared on Sambad.

from ଜିଲ୍ଲା | Sambad https://ift.tt/3ARUNku