
କଣ୍ଟାମାଳ : ବୌଦ୍ଧ ଜିଲ୍ଲା ମନମୁଣ୍ଡା ଥାନା ବରଗୋଛା ପଞ୍ଚାୟତ ମଲ୍ଲିକ ପଡ଼ା ଗାଁରେ ସୋମବାର ଛାତର ଫଲ୍ସ ପଡ଼ି ଜଣେ ଶ୍ରମିକଙ୍କ ମୃତ୍ୟୁ ଘଟିଛି। ମୃତ ଶମିକ ଜଣକ ବିଳାସପୁର ପଞ୍ଚାୟତ ଖଇରହନା ଗାଁର ରବୀନ୍ଦ୍ର ମାଝୀ (୩୦ବର୍ଷ) ବୋଲି ଜଣାପଡ଼ିଛି।
ପୁଲିସ ସୂତ୍ରରୁ ପ୍ରକାଶ ଯେ, ମଲ୍ଲିକପଡ଼ା ଗାଁରେ ମନମୁଣ୍ଡା ବନ ବିଭାଗ ପକ୍ଷରୁ ଜାଇକା ପ୍ରକଳ୍ପର ଏକ ଘର ନିର୍ମାଣ କାମ ଚାଲିଥିଲା। ଉକ୍ତ ଘର ଛାତର ଫଲ୍ସ ଖୋଲିବା ପାଇଁ ରବୀନ୍ଦ୍ରଙ୍କୁ ଶ୍ରମିକ ଭାବେ ନିୟୋଜିତ କରାଯାଇଥିଲା। ସୋମବାର ସକାଳେ ରବୀନ୍ଦ୍ର ଏକୁଟିଆ କାମ କରୁଥିଲେ। ଦିନ ପ୍ରାୟ ୧୧ଟାରେ ହଠାତ୍ ଫଲ୍ସ ତାଙ୍କ ଉପରେ ପଡ଼ିଯାଇଥିଲା। ସେ ତଳେ ଚାପି ହୋଇ ପ୍ରାଣ ହରାଇଥିଲେ। ଅପରାହ୍ଣ ୫ଟାରେ ଘଟଣା ଜଣାପଡ଼ିବା ପରେ ମନମୁଣ୍ଡା ବନ ବିଭାଗ ଓ ପୁଲିସକୁ ଗ୍ରାମବାସୀ ସୂଚନା ଦେଇଥିଲେ। ରାତି ୯ଟାରେ ପୁଲିସ ଘଟଣାସ୍ଥଳକୁ ଯାଇ ଶବ ଜବତ କରିଛି। ମଙ୍ଗଳବାର ଅଧିକ ତଦନ୍ତ କରାଯିବ ବୋଲି ଆଇଆଇସି ଗୋପୀନାଥ ପ୍ରଧାନ କହିଛନ୍ତି।
The post ଛାତ ଫଲ୍ସ ପଡ଼ି ଶ୍ରମିକ ମୃତ first appeared on Sambad.from ଜିଲ୍ଲା | Sambad https://ift.tt/3i5LlkQ
0 Comments