
ପାରାଦୀପ: ଅଭୟଚାନ୍ଦପୁର ଥାନା ନିକଟ ମାହାଳ ଗ୍ରାମରୁ ବିରଳ ପ୍ରଜାତିର ହନି ବେଜର୍ ଉଦ୍ଧାର କରାଯାଇଛି। ସ୍ଥାନୀୟ ଲୋକେ ଏହାକୁ ଶାଳିଆପତନି କହୁଛନ୍ତି। ଗତକାଲି ମାହାଳ ଗ୍ରାମର ଜଣେ ବ୍ୟକ୍ତିଙ୍କ ବାଡ଼ରେ ଦିଆଯାଇଥିବା ଜାଲରେ ଏହା ଲାଗି ଯାଇଥିଲା। ସକାଳୁ ଗ୍ରାମବାସୀମାନେ ଏହାକୁ ଦେଖି ପ୍ରଥମେ ଡରିଯାଇଥିଲେ। ପରେ ଏହାର ବେକରେ ଲାଗିଥିବା ଜାଲ ଓ ଡୋରକୁ କାଟି ଦେଇଥିଲେ। ଫଳରେ ସେ ନିକଟସ୍ଥ ଜଙ୍ଗଲକୁ ଚାଲିଯାଇଥିଲା।
ଏହି ହନି ବ୍ୟାଜର ମୁଖ୍ୟତଃ ଦକ୍ଷିଣ-ପଶ୍ଚିମ ଏସିଆ, ଆଫ୍ରିକା ଏବଂ ଭାରତୀୟ ଉପମହାଦେଶରେ ଦେଖିବାକୁ ମିଳେ। ମାହାଳ ନିକଟରେ ଥିବା ଜଙ୍ଗଲରୁ ଖାଦ୍ୟ ଅନ୍ୱେଷଣରେ ଗାଁ ଭିତରକୁ ପଶିଆସି ଜାଲରେ ପଡ଼ିଯାଇଥିଲା । ଏହି ବିରଳ ଓ ଅଜବ ଜୀବକୁ ଦେଖିବା ପାଇଁ ଲୋକମାନଙ୍କ ଭିଡ଼ ଦେଖିବାକୁ ମିଳିଥିଲା।
The post ବିରଳ ପ୍ରଜାତିର ହନି ବ୍ୟାଜର୍ ଉଦ୍ଧାର first appeared on Sambad.from ଜିଲ୍ଲା | Sambad https://ift.tt/3hB4rPu
0 Comments