
ରାଉରକେଲା: ଶୌଚ ହେବାକୁ ଯାଇଥିବା ବେଳେ ବୃଦ୍ଧାଙ୍କୁ ଆକ୍ରମଣ କଲା ବଣୁଆ ହାତୀ। ସୁନ୍ଦରଗଡ଼ ଜିଲ୍ଲା ହାତିବାରୀ, ପାହାଡ଼ଟୋଲି ଅଞ୍ଚଳରେ ଘଟିଛି ଏହି ଘଟଣା। ବୃଦ୍ଧା ଜଣକ ହେଲେ ୭୨ ବର୍ଷୀୟା ଶୁଶାନ ଦାଓନାହା।
ଆଜି ବଡିଭୋରୁ ବୃଦ୍ଧା ଜଣକ ଏକାକୀ ଶୌଚ ହେବାକୁ ନିକଟସ୍ଥ ଜଙ୍ଗଲକୁ ଯାଇଥିବା ବେଳେ ସେଠାରେ ବିଚରଣ କରୁଥିବା ଦୁଇଟି ହାତୀ ମଧ୍ୟରୁ ଗୋଟିଏ ହାତୀ ହଠାତ୍ ତାଙ୍କୁ ଅତର୍କିତ ଆକ୍ରମଣ କରିଥିଲା। ବୃଦ୍ଧାଙ୍କ ଡାହାଣ ଗୋଡ଼କୁ ଦଳି ଦେବାରୁ ସେ ଗୁରୁତର ଥିବା ଜଣାପଡ଼ିଛି। କିଛି ସ୍ଥାନୀୟ ଲୋକ ତାଙ୍କୁ ଉଦ୍ଧାର କରି ପ୍ରଥମେ ହାତିବାରୀ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରକୁ ନେବାପରେ ରାଉରକେଲା ସରକାରୀ ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଛି।
The post ବଣୁଆ ହାତୀର ଆକ୍ରମଣରେ ବୃଦ୍ଧା ଗୁରୁତର first appeared on Sambad.from ଜିଲ୍ଲା | Sambad https://ift.tt/3jS3Pbg
0 Comments