ସମ୍ବଲପୁର : ସୋନପୁର ଜିଲ୍ଲା ଡୁଙ୍ଗୁରିପାଲିର ଜଣାଶୁଣା ଆୟୁର୍ବେଦୀୟ ପାରମ୍ପରିକ ଚିକିତ୍ସକ ତଥା ସମାଜସେବୀ, କ୍ରୀଡ଼ାବିତ୍‌ ଯୁଗଲାଲ୍ ବିଶ୍ବାଳ(୭୦)ଙ୍କ ପରଲୋକ ହୋଇଯାଇଛି। ଡୁଙ୍ଗୁରିପାଲିସ୍ଥିତ ବାସଭବନରେ ବୁଧବାର ତାଙ୍କର ପରଲୋକ ହୋଇଥିଲା। ସେ ଡୁଙ୍ଗୁରିପାଲିର ମଧ୍ୟ ଇଂରାଜୀ ବିଦ୍ୟାଳୟ, ଉଚ୍ଚ ବିଦ୍ୟାଳୟ, ସରସ୍ଵତୀ ଶିଶୁ ବିଦ୍ୟାମନ୍ଦିର ଏବଂ ମହାବିଦ୍ୟାଳୟ ଆଦି ଶିକ୍ଷାନୁଷ୍ଠାନର ସକ୍ରିୟ ସଦସ୍ୟ ରହିବା ସହ ସଂପାଦକ ମଧ୍ୟ ରହିଥିଲେ। ଆୟୁର୍ବେଦ ଚିକିତ୍ସା ବିଜ୍ଞାନ ବିଷୟ ଭିତ୍ତିକ ପତ୍ରିକା ‘ପ୍ରାଣ’ ରେ ‘ଦୁର୍ବାବଦରାକ୍ଷତ’ ଶିରୋନାମାରେ ତାଙ୍କର ବାହାରିଥିବା କେତୋଟି ଲେଖା ଲୋକଙ୍କ ପାଖରେ ବେଶ୍‌ ଆଦୃତ ହୋଇଥିଲା।

ସ୍ୱର୍ଗତଃ ବିଶ୍ବାଳ ତାଙ୍କ ଅନ୍ତେ ପଶ୍ଚିମ ବଡ଼ ଭାଇ ଓଡିଶା ବିକାଶ ପରିଷଦର ସଦସ୍ୟ ହିମାଂଶୁ ଶେଖର ବିଶ୍ବାଳ, ପୁଅ କିଶୋର କୁମାର ବିଶ୍ବାଳ, ପୁତ୍ରବଧୂ ରୁଚି, ଗାୟତ୍ରୀ ବିଶ୍ବାଳ (ପାଟଣାଗଡ ଜବାହର ମହାବିଦ୍ୟାଳୟର ଅଧ୍ୟାପିକା), ବଡ ଜ୍ବାଇଁ ଆଦିକନ୍ଦ(ମନ୍ ହିରା ସରକାରୀ ଉଚ୍ଚ ବିଦ୍ୟାଳୟର ସହକାରୀ ଶିକ୍ଷକ), ସାନଝିଅ ମୈତ୍ରୀ ଓ ସାନଜ୍ୱାଇଁ ଡ. ଶ୍ୟାମ ଭୋଇ (ସମ୍ବଲପୁର ଏନ୍‌ଏସ୍‌ସିବି ମହାବିଦ୍ୟାଳୟର ଅଧ୍ୟକ୍ଷ), ନାତି ଆୟୁଷ, ପୀୟୂଷ, ଈଶାନ୍ ଓ ଆୟାନଙ୍କୁ ଛାଡି ଯାଇଛନ୍ତି। ରାମପୁର ଶ୍ମଶାନ ଘାଟରେ ପୁଅ କିଶୋର ମୁଖାଗ୍ନି ଦେଇଥିଲେ।

The post ଯୁଗଲାଲ୍ ବିଶ୍ବାଳଙ୍କ ପରଲୋକ first appeared on Sambad.

from ଜିଲ୍ଲା | Sambad https://ift.tt/2TPWsq6