ଦଶରଥପୁର : ମଙ୍ଗଳପୁର ପଞ୍ଚାୟତ ଇସ୍‌ମାଇଲପୁର ଗ୍ରାମର ବହୁ ଚର୍ଚ୍ଚିତ ସୁବାସ କୁଅଁର ଓରଫ ଅଟଳ ହତ୍ୟାକାଣ୍ଡକୁ ୧୨ ଦିନ ବିତିଯାଇଛି । ହେଲେ ପୁଲିସ କେବଳ ଅଟଳର ସ୍ତ୍ରୀ ମମତାକୁ ଗିରଫ କରିବା ଛଡା ଆଉ ଆଗକୁ ବଢିପାରିନାହିଁ । ଏଣୁ ପୁଲିସ କାର୍ଯ୍ୟାନୁଷ୍ଠାନ ନେଇ ଅସନ୍ତୋଷ ପ୍ରକାଶ କରି ଶତାଧିକ ଗ୍ରାମବାସୀ ଶୁକ୍ରବାର ଅପରାହ୍‌ଣରେ ମଂଗଳପୁର ଥାନା ଘେରାଉ କରିଥିଲେ । ଏଥିନେଇ ଆଇଆଇସି ଇନ୍ନାମୁଲ ହକ୍‌ଙ୍କୁ ଏକ ଦାବିପତ୍ର ପ୍ରଦାନ କରାଯାଇଛି । ୭ ଅଗଷ୍ଟ ସୁଦ୍ଧା ମମତା କୁଅଁରଙ୍କ ସହଯୋଗୀଙ୍କୁ ପୁଲିସ ଗିରଫ ନକଲେ ଆସନ୍ତା ୮ ତାରିଖ ଦିନ ମଂଗଳପୁର ଥାନା ସମ୍ମୁଖରେ ଧାରଣା ଦିଆଯିବ ବୋଲି ଲୋକେ ଚେତାବନୀ ଦେଇଛନ୍ତି । ଏହାଛଡା ଅଟଳର ଭାଇ ଅର୍ଥାତ ଅଭିଯୋଗକାରୀ ରଂଜନ କୁଅଁରଙ୍କୁ ବ୍ୟବଚ୍ଛେଦ ରିପୋର୍ଟ ଏବଂ ସାଇଣ୍ଟିଫିକ ରିପୋର୍ଟ ପ୍ରଦାନ କରିବାକୁ କୁହାଯାଇଛି ।

ଗାଁ ଲୋକଙ୍କ ଅଭିଯୋଗ ଅନୁଯାୟୀ ଅଟଳ ଜଣେ ସୁସ୍ଥ ସବଳ ଯୁବକ ହୋଇଥିବାରୁ ଜଣେ ଅସୁସ୍ଥ ମହିଳା ଏକାକୀ ତଣ୍ଟି ଚିପି ହତ୍ୟା କରିବା ସମ୍ଭବ ନୁହେଁ । ଏଣୁ ଏହି ହତ୍ୟାକାଣ୍ଡରେ ଏକାଧିକ ବ୍ୟକ୍ତିଙ୍କ ସମ୍ପୃକ୍ତି ରହିଛି । ଏଣୁ ମଂଗଳପୁର ବଜାରରେ ଲାଗିଥିବା ସିସିଟିଭି କ୍ୟାମେରା ଫୁଟେଜ୍‌, ଅଟଳ ଏବଂ ମମତାଙ୍କ ଫୋନ ନମ୍ବର ଯାଞ୍ଚ ପାଇଁ ଦାବି କରାଯାଇଛି। ହତ୍ୟାକାଣ୍ଡରେ ପ୍ରଭାବଶାଳୀ ଲୋକଙ୍କ ସଂପୃକ୍ତ ରହିଥିବାରୁ ପୁଲିସ ତଦନ୍ତକୁ ବାଟବଣା କରି ଖସିଯିବାକୁ ପ୍ରୟାସ ହେଉଥିବା ଅଭିଯୋଗ କରାଯାଇଛି ।

ଏଣୁ ପୁଲିସ ଅନ୍ୟ ସହଯୋଗୀମାନଙ୍କୁ ଗିରଫ କରିବାକୁ ରଞ୍ଜନ କୁମାର କୁଅଁର, ପୂର୍ଣ୍ଣଚନ୍ଦ୍ର ଦାସ, ଅଜୟ ସାହୁ, ସୁଶାନ୍ତ ଦାସ, ସୁଶାନ୍ତ କୁମାର ବିଶ୍ୱାଳ, ବୀରେନ୍ଦ୍ର କୁମାର ସାହାଣୀ, ମାନସ ମହାନ୍ତି, ପ୍ରଦୋଷ ନାୟକ, ଅମୀୟ ରାୟ, ସୁଭଜିତ୍ ନାୟକ, ଦେବାଶିଷ କୁଅଁର, ସତ୍ୟରଞ୍ଜନ ବହେୁରିଆ, ପ୍ରମୋଦ କୁମାର ମହାନ୍ତି, ପ୍ରୀୟ ରଞ୍ଜନ ସାମୁଲ, ଅଜିତ୍ ତରାୟ, ସତ୍ୟରଞ୍ଜନ ବେହୁରିଆ, ସୁରଜ କୁମାର ଦାସ, କୈଳାସ ନାୟକ, ପ୍ରକାଶ ବିଶ୍ୱାଳ, ମାନସ କୁମାର ନନ୍ଦ, ଭୀମ୍‌ସେନ କୁଅଁର, ବିଭୂତି ପଣ୍ଡା, ଅଜୟ ସାମଲ, ସୁଶାନ୍ତ ଧଳ ପ୍ରମୁଖ ଦାବି କରିଥିଲେ।

The post ବିଜେପି ନେତ୍ରୀଙ୍କ ସ୍ୱାମୀ ହତ୍ୟା ଘଟଣା: ମମତାଙ୍କ ସହଯୋଗୀଙ୍କୁ ଧରିବା ଦାବିରେ ଥାନା ଘେରାଉ first appeared on Sambad.

from ଜିଲ୍ଲା | Sambad https://ift.tt/3fgrhvz