ସମ୍ବଲପୁର : ଐତିହାସିକ ଫାଟକ ରେଳ ଷ୍ଟେସନ ଉଚ୍ଛେଦ ନିଷ୍ପତ୍ତିକୁ ତୀବ୍ର ବିରୋଧ ହୋଇଆସିଛି। ଶୁକ୍ରବାର ଫାଟକ ଷ୍ଟେସନ ଉଚ୍ଛେଦ ବିରୋଧରେ ମାନବଶୃଙ୍ଖଳ କରି ପ୍ରତିବାଦ ଜଣା ଯାଇଛି। ରେଳମନ୍ତ୍ରୀ ଏହ ଷ୍ଟେସନର ଉଚ୍ଛେଦ ନିଷ୍ପତ୍ତି ଉପରେ ପୁନଃ ବିଚାର କରିବାକୁ ଦାବି ହୋଇଛି। ଅନ୍ୟପଟେ ରେଳ କର୍ତ୍ତୃପକ୍ଷ, ଜିଲ୍ଲା ପ୍ରଶାସନ ଓ ସଚେତନ ନାଗରିକ ପରିଷଦ ମଧ୍ୟରେ ତ୍ରିପାକ୍ଷିକ ଆଲୋଚନା ହେବ ବୋଲି ରେଳ ବିଭାଗ ପକ୍ଷରୁ କହାଯାଇଥିଲା। କିନ୍ତୁ ନିଜ କଥା ନିଜେ ରଖିନାହିଁ ରେଳ ବିଭାଗ।

ଏ ନେଇ କୌଣସି ସୂଚନା ନ ଦେଇ ରେଳ ବିଭାଗ ଏହାକୁ ଉଚ୍ଛେଦ କରିବାକୁ ଚକ୍ରାନ୍ତ ଆରମ୍ଭ କରିଥିବା ସଚେତନ ନାଗରିକ ପରିଷଦ ପକ୍ଷରୁ ଅଭିଯୋଗ କରାଯାଇଥିଲା। ତେବେ ଏହାକୁ ଗ୍ରହଣ କରାଯିବ ନାହିଁ ବୋଲି କହିବା ସହ ଷ୍ଟେସନ୍‌ର ଉନ୍ନତୀକରଣ କରିବା ଦିଗରେ ପଦକ୍ଷେପ ଗ୍ରହଣ କରିବାକୁ ଚେଷ୍ଟା କରାଯିବ ବୋଲି କୁହାଯାଇଥିଲା। ଶୁକ୍ରବାର ଫାଟକ ଷ୍ଟେସନ୍‌ରେ ଶତାଧିକ ଲୋକ ଏକାଠି ହେବା ସହିତ ଷ୍ଟେସନ୍‌ ଉଚ୍ଛେଦକୁ ବିରୋଧ କରିଥିଲେ। ସପନ ମିଶ୍ର, ଦେବାଶିଷ ପୁରୋହିତ, ସୁରେଶ୍ବର ମିଶ୍ର, ଭକ୍ତ ପ୍ରସାଦ ନନ୍ଦ, ପ୍ରଦୀପ ବହିଦାର, ଅବିନାଶ ତିଆଡ଼ି, ଭବାନୀ ଶଙ୍କର ହୋତା ପ୍ରମୁଖଙ୍କ ନେତୃତ୍ବରେ ଫାଟକ୍‌ ଷ୍ଟେସନଠାରେ ଏହି ପ୍ରତିବାଦ କରାଯାଇଥିଲା।

The post ଫାଟକ ଷ୍ଟେସନ ଉଚ୍ଛେଦ ବିରୋଧରେ ମାନବଶୃଙ୍ଖଳ first appeared on Sambad.

from ଜିଲ୍ଲା | Sambad https://ift.tt/3xfDPcA