ସମ୍ବଲପୁର : ହୀରାକୁଦ ବନ୍ଧର ସମସ୍ତ ଗେଟ୍ ବନ୍ଦ ଥିବାବେଳେ ଗୁରୁବାର ରାତି ୯ଟା ବେଳକୁ ଜଳସ୍ତର ୬୦୬.୨୯ ଫୁଟ୍‌ ରହିଛି। ସେତେବେଳେ ଜଳଭଣ୍ଡାରକୁ ହାରାହାରି ୨୮,୪୨୦ କ୍ୟୁସେକ୍‌ ପାଣି ପ୍ରବେଶ କରୁଥିଲାବେଳେ ବିଭିନ୍ନ ମାର୍ଗ ଦେଇ ୨୧,୬୧୬ କ୍ୟୁସେକ୍‌ ଜଳ ନିଷ୍କାସିତ ହେଉଥିଲା।

ପାୱାର୍ ଚାନେଲ୍ ଦେଇ ୧୭,୩୧୮ କ୍ୟୁସେକ୍‌, ବରଗଡ଼ ମୁଖ୍ୟ କେନାଲକୁ ୪,୦୨୬ କ୍ୟୁସେକ୍‌, ଶାସନ ମୁଖ୍ୟ କେନାଲ୍‌କୁ ୬୩୦ କ୍ୟୁସେକ୍‌, ସମ୍ବଲପୁର ଡିଷ୍ଟ୍ରିବ୍ୟୁଟାରିକୁ ୧୧୮ କ୍ୟୁସେକ୍‌ ଓ ଶିଳ୍ପସଂସ୍ଥା ପାଇଁ ୨୭୨ କ୍ୟୁସେକ୍ ପାଣି ଛଡ଼ା ଯାଉଥିଲା। ଗତ ୨୪ ଘଣ୍ଟା ମଧ୍ୟରେ ହୀରାକୁଦ ବନ୍ଧ ଉପର ମୁଣ୍ଡରେ ୧୩.୫୦ ମିଲିମିଟର୍‌ ଓ ତଳ ମୁଣ୍ଡରେ ୧୩.୦୯ ମିଲିମିଟର୍‌ ବର୍ଷା ରେକର୍ଡ ହୋଇଥିବା ହୀରାକୁଦ ମୁଖ୍ୟ ବନ୍ଧ ନିୟନ୍ତ୍ରଣ କକ୍ଷ ସୂତ୍ରରୁ ପ୍ରକାଶ।

The post ହୀରାକୁଦ ଜଳସ୍ତର ୬୦୬.୨୯ ଫୁଟ୍‌ first appeared on Sambad.

from ଜିଲ୍ଲା | Sambad https://ift.tt/2Ttcu98