
ନୂଆପଡ଼ା : ନୂଆପଡ଼ା ଜିଲ୍ଲା ଲଖନା ଥାନା କୁରୁମପୁରୀ ପଞ୍ଚାୟତ କୁଶଦହନା ଗ୍ରାମରେ ବେଆଇନ ଦେଶୀ ମଦ ବିକ୍ରି ହେଉଛି। ଏହି ମଦକୋଠିକୁ ଉଚ୍ଛେଦ କରିବାକୁ ଗୁରୁବାର ଶତାଧିକ ମହିଳା ଲଖନା ଥାନା ଘେରାଉ କରିବା ପରେ ନୂଆପଡ଼ା ଜିଲ୍ଲାପାଳ ଅଫିସ ଘେରାଉ କରିଛନ୍ତି। ତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ ନକଲେ ଆଗାମୀ ଦିନରେ ଆନ୍ଦୋଳନ କରିବାକୁ ଚେତାବନୀ ଦେଇ ଏକ ଦାବିପତ୍ର ଜିଲ୍ଲାପାଳଙ୍କୁ ଦେଇଛନ୍ତି।
ମଦ ବିରୋଧୀ ଆନ୍ଦୋଳନରେ ଗୀତା ମାଝୀ, ଦୁର୍ଗା ସାହୁ, ମମତା ସାହୁ, କେଶରୀ ମାଝୀ, ପ୍ରେମଶୀଳା ମଲ୍ଲିକ, ତୁଲେଶ୍ରୀ ସାହୁ, ବସନ୍ତୀ ମଲ୍ଲିକ, ସୁମିତ୍ରା ରାଉତ, ହିମାଦ୍ରୀ ନାଏକ, ଦେବକୀ ନାଏକ, ପ୍ରଭାତୀ ସାହୁ ପ୍ରମୁଖ ସାମିଲ ହୋଇଥିଲେ।
The post ମଦକୋଠି ଭାଙ୍ଗିବା ପାଇଁ ଜିଲ୍ଲାପାଳ ଅଫିସ ଘେରିଲେ ମହିଳା first appeared on Sambad.from ଜିଲ୍ଲା | Sambad https://ift.tt/3eLX72Y
0 Comments