
ଅନୁଗୁଳ : ଠକେଇ ମାମଲାରେ ଗତକାଲି ଗିରଫ ହେବା ପରେ ପ୍ରଦେଶ ଛାତ୍ର କଂଗ୍ରେସର ସାଧାରଣ ସମ୍ପାଦକ ପ୍ରଦ୍ୟୁମ୍ନ ସାହୁଙ୍କୁ ଆଜି ଓଡ଼ିଶା ପ୍ରଦେଶ ଛାତ୍ର କଂଗ୍ରେସ ବହିଷ୍କାର କରିଛି।
ତାଳଚେର ସହରର ଜଣେ ଯୁବ ବ୍ୟବସାୟୀଙ୍କୁ ଅମୂଲ କଂପାନିର ଅଧିକୃତ ବିକ୍ରେତା ଲାଇସେନ୍ସ କରାଇ ଦେବାକୁ କହି ପ୍ରଦ୍ୟୁମ୍ନ ତାଙ୍କ ଠାରୁ ଏକ ଲକ୍ଷ ଟଙ୍କା ନେଇଥିଲେ। କିଛିଦିନ ପରେ ସେ ଉକ୍ତ ବ୍ୟବସାୟୀଙ୍କୁ କଂପାନିର ଏକ ଲାଇସେନ୍ସ ଆଣି ଧରାଇ ଦେଇଥିଲେ। ତେବେ ବ୍ୟବସାୟୀ ଜଣକ କଂପାନି କର୍ତ୍ତୃପକ୍ଷଙ୍କ ସହ ଯୋଗାଯୋଗ କରିବାରେ ଏହା ନକଲି ବୋଲି ଜଣାପଡ଼ିଥିଲା। ଏ ସଂପର୍କରେ ଅମୂଲ କଂପାନି ପକ୍ଷରୁ ଅନୁଗୁଳ ଥାନାରେ ଏତଲା ଦେବା ପରେ ପୁଲିସ ଘଟଣାର ତଦନ୍ତ କରି ଗତକାଲି ପ୍ରଦ୍ୟୁମ୍ନଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିଲା। ଅଦାଲତରେ ଜାମିନ ନମିଳିବାରୁ ତାଙ୍କୁ ବିଚାର ବିଭାଗୀୟ ହାଜତକୁ ପଠାଇ ଦିଆଯାଇଛି।
ଅନ୍ୟପକ୍ଷରେ ରାଜ୍ୟ ଛାତ୍ର କଂଗ୍ରେସର ବିଧିବଦ୍ଧ ତଦନ୍ତ ପରେ ରାଜ୍ୟ ସଭାପତି ୟାସିର ନୱାଜ ଆଜି ପ୍ରଦ୍ୟୁମ୍ନଙ୍କୁ ଉଭୟ ସାଂଗଠନିକ ପଦ ଓ ସଂଗଠନରୁ ବହିଷ୍କାର କରିଛନ୍ତି।
The post ଠକେଇ ମାମଲାରେ ରାଜ୍ୟ ଛାତ୍ର କଂଗ୍ରେସରୁ ପ୍ରଦ୍ୟୁମ୍ନ ସାହୁ ବହିଷ୍କୃତ first appeared on Sambad.from ଜିଲ୍ଲା | Sambad https://ift.tt/3iPMa1y
0 Comments