
କାଲିମେଳା : ଗୋଦାବରୀ ନଦୀରେ ନିଷ୍କାସନ ହୋଇପାରୁନି ବନ୍ୟା ଜଳ। ମାଲକାନଗିରି ଜିଲ୍ଲା ମୋଟୁ ଅଞ୍ଚଳରୁ ଆନ୍ଧ୍ରପ୍ରଦେଶ ଚିନ୍ତୁରକୁ ସଂଯୋଗ କରୁଥିବା ମୁଖ୍ୟରାସ୍ତା ସଂପୂର୍ଣ୍ଣ ବୁଡ଼ି ଯାଇଛି। ରାସ୍ତା ଉପରେ ୭ ଫୁଟ ଉଚ୍ଚରେ ବନ୍ୟାଜଳ ପ୍ରବାହିତ ହେଉଛି। ଗତକାଲି ତେଲେଙ୍ଗାନାର ଭଦ୍ରାଚଲମ ନିକଟରେ ଗୋଦାବରୀ ନଦୀର ବନ୍ୟା ଜଳ ୪୦ ଫୁଟ ଉଚ୍ଚରେ ପ୍ରବାହିତ ହେଉଥିଲା। ବର୍ଷା ବନ୍ଦ ହୋଇ ନଥିବାରୁ ଆଜି ବି ବନ୍ୟାଜଳ ଗୋଦାବରୀ ନଦୀରେ ପଶୁଛି। ନଦୀର ଜଳ ପତ୍ତନ ଅସ୍ବାଭାବିକ ଭାବେ ବଢ଼ିବାରେ ଲାଗିଛି।
The post କାଲିମେଳା: ଅଟକି ରହିଛି ବହୁ ଦୂରଗାମୀ ଗାଡ଼ି, ନିଷ୍କାସନ ହୋଇପାରୁନି ବନ୍ୟାଜଳ first appeared on Sambad.from ଜିଲ୍ଲା | Sambad https://ift.tt/3y7Y9Ot
0 Comments