
ଖୋର୍ଦ୍ଧା: ରାଜ୍ୟରେ ବିଦ୍ୟୁତ୍ ଦର ବୃଦ୍ଧି, ଅଘୋଷିତ ବିଦ୍ୟୁତ୍ କାଟ ବିରୋଧରେ ଭାରତୀୟ ଜନତା ପାର୍ଟି ଖୋର୍ଦ୍ଧା ଜିଲ୍ଲା ଶାଖା ପକ୍ଷରୁ ଆଜି ବିଦ୍ୟୁତ୍ ବିଭାଗ ନିର୍ବାହୀ ଯନ୍ତ୍ରୀଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ଓ ଧାରଣା ପ୍ରଦର୍ଶନ କରାଯାଇଛି। ଆଜି ପୂର୍ବାହ୍ଣ ପ୍ରାୟ ୧୧ଟା ସମୟରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ବିଜେପି ଜିଲ୍ଲା ସଭାପତି ରଶ୍ମୀରଂଜନ ମହାପାତ୍ର, ପୂର୍ବତନ ଜିଲ୍ଲା ସଭାପତି ନିକୁଞ୍ଜ କିଶୋର ପଟ୍ଟନାୟକ, ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ କାଳୁ ଚରଣ ଖଣ୍ଡାୟତରାୟ, ମୁଖପାତ୍ର ସୋନାଲି ସାହୁ, ଅଜୟ ମିଶ୍ର ପ୍ରମୁଖ ନେତା ଯୋଗ ଦେଇ ରାଜ୍ୟରେ ବିଦ୍ୟୁତ୍ ଦେୟର ବୃଦ୍ଧି, ଅଘୋଷିତ ବିଦ୍ୟୁତ୍ କାଟ ଓ ଲୋ- ଭୋଲଟେଜ୍ ସମସ୍ୟା ନେଇ ରାଜ୍ୟ ସରକାରଙ୍କ ସମାଲୋଚନା କରିଥିଲେ।
ଆଗାମୀ ଦିନରେ ଏହି ସମସ୍ୟାର ସମାଧାନ ନହେଲେ ଆନ୍ଦୋଳନକୁ ଆହୁରି ବ୍ୟାପକ କରାଯିବ ବୋଲି କହିଥିଲେ। ବିକ୍ଷୋଭ କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ସୂର୍ଯ୍ୟନାରାୟଣ ଦାଶ, ପ୍ରତାପ ମହାପାତ୍ର, ନଗର ସଭାପତି ଲୋକନାଥ ପ୍ରଧାନ, ସୀତାରାମ ରାଉତରାୟ, ପ୍ରଦୀପ୍ତ ପାଣି, ଲୋତକବିନ୍ଦୁ ପଟ୍ଟନାୟକ, ସୁମିତ୍ରା ପ୍ରଧାନ, ରଶ୍ମୀତା ସାମନ୍ତରାୟ, ରାଜୀବ ଲୋଚନ ଷଡ଼ଙ୍ଗୀ ପ୍ରମୁଖଙ୍କ ସହ ଶତାଧିକ ଦଳୀୟ ସଦସ୍ୟ ଉପସ୍ଥିତ ଥିଲେ।
The post ବିଦ୍ୟୁତ୍ ଦେୟ ବୃଦ୍ଧି ପ୍ରତିବାଦରେ ବିଜେପିର ବିକ୍ଷୋଭ first appeared on Sambad.from ଜିଲ୍ଲା | Sambad https://ift.tt/3y0tLpq
0 Comments