ମାଲକାନଗିରି: ପୁଣି ନବରଙ୍ଗପୁର ସାଂସଦ ରମେଶ ଚନ୍ଦ୍ର ମାଝି ଚର୍ଚ୍ଚାରେ। ଏଥର ସେ କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ତିନି ଜିଲ୍ଲାରେ କେନ୍ଦ୍ରୀୟ ବିଦ୍ୟାଳୟ ନିର୍ମାଣ ନେଇ ଦାବି କରିଛନ୍ତି। ଅବିଭକ୍ତ କୋରାପୁଟ ଜିଲ୍ଲାରେ ଯେଉଁ ସଂଖ୍ୟାରେ କେନ୍ଦ୍ରୀୟ ବିଦ୍ୟାଳୟ ରହିବ କଥା ତାହା ନାହିଁ। ତେଣୁ ମାଲକାନଗିରି ଜିଲ୍ଲାର ଖାଇରପୁଟ, କୋରାପୁଟ ଜିଲ୍ଲାର କୋଟପାଡ଼ ଏବଂ ନବରଙ୍ଗପୁର ଜିଲ୍ଲାର ଉମରକୋଟ ଠାରେ କେନ୍ଦ୍ରୀୟ ବିଦ୍ୟାଳୟ ନିର୍ମାଣ ପାଇଁ ଦାବିପତ୍ର ପ୍ରଦାନ କରିଛନ୍ତି।

ଏହି ତିନି ଜିଲ୍ଲା ଶିକ୍ଷା କ୍ଷେତ୍ରରେ ପଛରେ ପଡିଥିବା ବେଳେ ଏଠାରେ ରହୁଥିବା ଅନୁସୂଚିତ ଜାତି ଓ ଜନଜାତି ପିଲାଙ୍କ ପାଇଁ ବହୁ ସାହାଯ୍ୟ ହେବ ବୋଲି କୁହାଯାଇଛି। ତେବେ ଏହା ପୂର୍ବରୁ ସାଂସଦ ଶ୍ରୀ ମାଝି ମାଲକାନଗିରି ଜିଲ୍ଲା ଦେଇ ଯାଇଥିବା ଏନଏଚ ୩୨୬ ର ୫ଟି ସ୍ଥାନରେ ତଳୁଆ ବ୍ରିଜ ରହିଥିବାରୁ ପ୍ରତିବର୍ଷ ଜିଲ୍ଲାରେ ବନ୍ୟା ପରିସ୍ଥିତି ସୃଷ୍ଟି ହେଉଛି। ସାଂସଦ ଶ୍ରୀ ମାଝି ଲୋକସଭାରେ ବ୍ରିଜ ନିର୍ମାଣ ନେଇ ଦାବି କରିବା ପରେ କେନ୍ଦ୍ର ସରକାର ଏହି ୫ଟି ବ୍ରିଜ ନିର୍ମାଣ ପାଇଁ ୧୫୪ କୋଟି ଟଙ୍କା ମଞ୍ଜୁର କରିଛନ୍ତି।

The post ଚର୍ଚ୍ଚାରେ ନବରଙ୍ଗପୁର ସାଂସଦ ରମେଶ ଚନ୍ଦ୍ର ମାଝି; କେନ୍ଦ୍ର ଶିକ୍ଷା ମନ୍ତ୍ରୀଙ୍କୁ ତିନି ଜିଲ୍ଲାରେ କେନ୍ଦ୍ରୀୟ ବିଦ୍ୟାଳୟ ନିର୍ମାଣ ନେଇ ଦାବି first appeared on Sambad.

from ଜିଲ୍ଲା | Sambad https://ift.tt/3rkWWko