ବେଲପଡ଼ା/ମଣ୍ଡଳ : ବେଲପଡ଼ା ଥାନା ମଣ୍ତଳ ଗାଁର ଜଗନ୍ନାଥ ମନ୍ଦିରରୁ ‌ହୋଇଥିବା ଚୋରି ଘଟଣାରେ ପୁଲିସ ଆଜିଯାଏ କୌଣସି ସୁରାକ ପାଇ ନାହିଁ। ତେଣୁ ତତ୍ପରତା ପ୍ରକାଶ କରି ତୁରନ୍ତ ଚୋରି ସାମଗ୍ରୀ ଉଦ୍ଧାର କରିବାକୁ ସୋମବାର ଗ୍ରାମବାସୀ ବେଲପଡ଼ା ଥାନା ଘେରାଉ କରିଥିଲେ।

ପ୍ରକାଶ ଯେ, ମଣ୍ଡଳ ଜଗନ୍ନାଥ ମନ୍ଦିରରୁ ଗତ ଜୁନ୍‌ ୬ତାରିଖ ଦିନ ଦୁର୍ବୃତ୍ତମାନେ ତାଲା ଭାଙ୍ଗି ଲକ୍ଷାଧିକ ଟଙ୍କା ସୁନା ଓ ରୁପା ଅଳଙ୍କାର ଚୋରି କରି ନେଇଥିଲେ। ପୁଲିସ ସାଇଣ୍ଟିଫିକ୍‌ ଟିମ୍‌ ସହାୟତାରେ ତଦନ୍ତ କରି ଶୀଘ୍ର ଚୋରକୁ ଧରାଯିବ ବୋଲି ଗ୍ରାମବାସୀଙ୍କୁ ପ୍ରତିଶ୍ରୁତି ଦେଇଥିଲା। କିନ୍ତୁ ଏକମାସ ପରେ ବି ପୁଲିସର ହାତ ଖାଲି ରହିଛି। ଗ୍ରାମବାସୀ ଅସନ୍ତୋଷ ପ୍ରକାଶ କରି ସୋମବାର ରଥଯାତ୍ରା ଦିନ ପୁଲିସ ବିରୋଧରେ ନାରା ଦେଇ ଥାନା ଘେରାଉ କରିଥିଲେ। ତୁରନ୍ତ ଚୋରକୁ ଧରାଯିବ ବୋଲି ପୁଲିସ କହିଥିଲେ ମଧ୍ୟ ଗ୍ରାମବାସୀ ଏସ୍‌ପି ଆସି ଲିଖିତ ପ୍ରତିଶ୍ରୁତି ଦିଅନ୍ତୁ ବୋଲି ଦାବି କରିଥିଲେ। ପରେ ମାଜିଷ୍ଟ୍ରେଟ ପ୍ରଶାନ୍ତି ପଧାନ, ଆଇଆଇସି ବୁଲୁ ମୁଣ୍ତା, ଗ୍ରାମବାସୀ ଓ କମିଟି ଆଲୋଚନା କରିଥିଲେ। ଏକ କମିଟି ଗଠନ କରି ପୁଲିସକୁ ସହଯୋଗ କଲେ ଶୀଘ୍ର ଚୋର ଧରାପଡ଼ିବ ବୋଲି ନିଷ୍ପତ୍ତି ହୋଇଥିଲା। ଏହା ପରେ ଗ୍ରାମବାସୀ ଆନ୍ଦୋଳନରୁ ଓହରିଥିଲେ। ସୋମବାର ରଥଯାତ୍ରାରେ ମହାପ୍ରଭୁ ଅଳଙ୍କାର ଶୂନ୍ୟ ଥିବା ଦେଖିବାକୁ ମିଳିଥିଲା।

The post ମଣ୍ତଳ ଜଗନ୍ନାଥ ମନ୍ଦିରରୁ ଅଳଙ୍କାର ଚୋରି ଘଟଣା: କାର୍ଯ୍ୟାନୁଷ୍ଠାନ ଦାବିରେ ଥାନା ଘେରିଲେ ଗ୍ରାମବାସୀ first appeared on Sambad.

from ଜିଲ୍ଲା | Sambad https://ift.tt/3e6bBKT