ଭବାନୀପାଟଣା : କଳାହାଣ୍ଡି ଜିଲ୍ଲାର ସମସ୍ତ ବିଚାର ବିଭାଗୀୟ ଅଦାଲତ ଗୁଡ଼ିକରେ ୨୦୨୧ ବର୍ଷର ଦ୍ଵିତୀୟ ରାଷ୍ଟ୍ରୀୟ ଲୋକ ଅଦାଲତ ଅନୁଷ୍ଠିତ ହୋଇଥିଲା। ଜିଲ୍ଲା ଓ ଦୌରାଜଜ୍‌ ତଥା ଜିଲ୍ଲା ଆଇନ ସେବା ପ୍ରାଧିକରଣ ଅଧ୍ୟକ୍ଷ ପ୍ରସନ୍ନ କର୍ଣ୍ଣ ଓ ସଚିବ ଶୀତିକଣ୍ଠ ପ୍ରଧାନଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଆୟୋଜିତ ହୋଇଥିଲା। ବିଭିନ୍ନ ଅଦାଲତରେ ୪୮ଟି ପ୍ରାକ୍‌ ମକଦ୍ଦମା ସମ୍ୱନ୍ଧୀୟ ମାମଲାର ଫଇସଲା କରାଯାଇ ୧୩ ଲକ୍ଷ ୪୭ହଜାର ୯ଶହ ଟଙ୍କା ଆଦାୟ କରାଯାଇଥିଲା। ୨୪ଟି ମଟର ଦୁର୍ଘଟଣାଜନିତ ମାମଲାର ଫଇସଲା କରାଯାଇ କ୍ଷତିପୂରଣ ବାବଦକୁ ୧ କୋଟି ୫୦ ଲକ୍ଷ ୨୦ ହଜାର ଟଙ୍କା ପ୍ରଦାନ ହୋଇଛି। ସେହିପରି ୨୧ଟି ଦେୱାନୀ ମକଦ୍ଦମା ଫଇସଲା କରାଯାଇ ୩ ଲକ୍ଷ ୫୦ ହଜାର ଟଙ୍କା ଆଦାୟ କରାଯାଇଛି। ବିଚାରଯୋଗ୍ୟ ୧୭ଟି ଫୌଜଦାରୀ ମକଦ୍ଦମା ଫଇସଲା କରାଯାଇଛି। ଏନ୍‌ଆଇ ଆକ୍ଟ କେସେସ୍‌ ଦଫା ୧୩୮ର ୩ଟି ଫଇସଲା କରାଯାଇ ୧ ଲକ୍ଷ ୧ହଜାର ୩୧୫ ଟଙ୍କା ଆଦାୟ କରାଯାଇଛି।

ଏହି ଲୋକ ଅଦାଲତରେ ଅନ୍ୟମାନଙ୍କ ମଧ୍ୟରେ ସିନିୟର ସିଭିଲ୍‌ ଜଜ୍‌ ଚିନ୍ମୟୀ ପଣ୍ଡା, ସିନିୟର ସିଭିଲ ଜଜ୍‌ ‌(ଏଲଆର ଆଣ୍ଡ ଏଲଟିଭି) ଶ୍ରଦ୍ଧାଞ୍ଜଳି ରାୟ, ଉପଖଣ୍ଡ ବିଚାର ବିଭାଗୀୟ ମାଜିଷ୍ଟ୍ରେଟ୍‌ ଅନୁସୃତି ଚୌଧୁରୀ ପ୍ରଥମ ଶ୍ରେଣୀ ବିଚାର ବିଭାଗୀୟ ମାଜିଷ୍ଟ୍ରେଟ୍‌ ନିଲୋଫର ଓ ରିତିକା ଗର୍ଗ ପ୍ରମୁଖ ଉପସ୍ଥିତ ରହି ଅଦାଲତ ପରିଚାଳନା କରିଥିଲେ। ଅତିରିକ୍ତ ଜିଲ୍ଲା ଭିଜିଲାନ୍ସ ଜଜ୍‌ ବିକ୍ରମ ପ୍ରଧାନ, ଅତିରିକ୍ତ ଜିଲ୍ଲା ଜଜ୍‌ ସୁବ୍ରତ ପଟ୍ଟନାୟକ, ଅତିରିକ୍ତ ପୋକ୍‌ସୋ ଜିଲ୍ଲାଜଜ୍‌ ଯଦୁମଣି ମିଶ୍ର ପ୍ରମୁଖ ଉପସ୍ଥିତ ଥିଲେ। ସିଭିଲ ଜଜ୍‌ କୋର୍ଟ ରେଜିଷ୍ଟ୍ରାର୍‌ ସନ୍ତୋଷ ମହାପାତ୍ର ଓ କୋଟ୍‌ ମ୍ୟାନେଜର ଦେବାନନ୍ଦ ପଣ୍ଡା ପରିଚାଳନାରେ ସହଯୋଗ କରିଥିଲେ।

The post କଳାହାଣ୍ଡିରେ ଦ୍ୱିତୀୟ ରାଷ୍ଟ୍ରୀୟ ଲୋକ ଅଦାଲତ, ୧୧୩ଟି ମାମଲାର ଫଇସଲା first appeared on Sambad.

from ଜିଲ୍ଲା | Sambad https://ift.tt/3r5AJ9Q