ଆନନ୍ଦପୁର : କରୋନା ମହାମାରୀ ସମୟରେ ଡାକ୍ତର ଅଭାବ ଯୋଗୁଁ ରୋଗୀସେବା ବିପର୍ଯ୍ୟସ୍ତ ହୋଇଛି। ବାରମ୍ବାର ଦାବି ପରେ ମଧ୍ୟ ଆନନ୍ଦପୁର ଉପଖଣ୍ଡ ଡାକ୍ତରଖାନାରେ ଖାଲି ପଡ଼ିଥିବା ଡାକ୍ତର ପଦବି ପୂରଣ କରାଯାଉ ନାହିଁ। ଏହି ଡାକ୍ତରଖାନା ଉପରେ କେନ୍ଦୁଝର ସମେତ ପଡ଼ୋଶୀ ମୟୂରଭଞ୍ଜ, ଯାଜପୁର ଜିଲ୍ଲାର ଜନସାଧାରଣ ନିର୍ଭର କରୁଛନ୍ତି। ଡାକ୍ତର ପଦବି ପୂରଣ ଦାବିରେ ଶୁକ୍ରବାର ବାରିଗାଁ ମା’ ଧନେଇ ସେବାସଂଘ ପକ୍ଷରୁ ଉପଖଣ୍ଡ ଚିକିତ୍ସାଳୟ ସମ୍ମୁଖରେ ଧାରଣା ଦିଆଯାଇଥିଲା। ସଂଘ ସଭାପତି ବିଷ୍ଣୁପ୍ରସାଦ ବାରିକଙ୍କ ନେତୃତ୍ବରେ ପୂର୍ବାହ୍ନ ୧୦ଟାରୁ ଧାରଣା ଆରମ୍ଭ ହୋଇଥିଲା। ସଂଘ ସଦସ୍ୟଙ୍କ ସମେତ ବହୁ ସଂଖ୍ୟାରେ ଜନସାଧାରଣ ଏଥିରେ ସାମିଲ ହୋଇଥିଲେ।

ଦିନ ଗୋଟାଏ ବେଳେ ଡାକ୍ତର ରବିନାରାୟଣ ସେନାପତି, ଡାକ୍ତର ସପନ କୁମାର ଦାସ, ଘସିପୁରା ଥାନା ଅଧିକାରୀ ମନୋରଞ୍ଜନ ବିଶି ଧାରଣାସ୍ଥଳରେ ପହଞ୍ଚି ଆନ୍ଦୋଳନକାରୀଙ୍କ ସହ ଆଲୋଚନା କରିଥିଲେ। କିଛିଦିନ ତ‌ଳେ ଜଣେ ଭେଷଜ ବିଶେଷଜ୍ଞ ଯୋଗ ଦେଇଛନ୍ତି। ଅନ୍ୟ ବିଶେଷଜ୍ଞ ପଦବି ପୂରଣ ପାଇଁ କର୍ତ୍ତୃପକ୍ଷଙ୍କ ଦୃଷ୍ଟି ଆକର୍ଷଣ କରାଯିବ ବୋଲି ପ୍ରତିଶ୍ରୁତି ଦେବା ପରେ ଧାରଣା ପ୍ରତ୍ୟ‌ାହୃତ ହୋଇଥିଲା।

ଗରିବ ସେବାସଦନ ସଭାପତି ଡ. ଶମ୍ଭୁନାଥ ରାଉତ, ସମାଜସେବୀ ଦେବରାଜ ସାହୁ, ଦୀପକ ବରାଳ, ଆଶୁତୋଷ ପଣ୍ଡା, ଲକ୍ଷ୍ମୀଧର ପାଢ଼ୀ, ପ୍ରବୀର ସାହୁ, ଅରୁଣ କୁମାର ଯେନା, ମିଥୁନ ଦାସ, ବିକ୍ରମ କେଶରୀ ବାରିକ, ପପୁ ପ୍ରଧାନ, ଚନ୍ଦ୍ରମଣି ଯେନା, ନାରାୟଣ ଦେହୁରୀ, ବୀର ନାହାକ, ନୃସିଂହ ଦେହୁରୀ, ଅବସରପ୍ରାପ୍ତ ଶିକ୍ଷକ ନାରାୟଣ ସାହୁ, ଶତ୍ରୁଘ୍ନ ସେଠୀ, ରମାକାନ୍ତ ଜେନା, ସନ୍ତୋଷ ସାହୁ, ମନୋଜ ସାହୁ, ଶରତ ସାହୁ, କୃଷ୍ଣଚନ୍ଦ୍ର ସାହୁ, ବିଜୁ ବାରିକ, କହ୍ନେଇ ସାହୁ, କାହ୍ନୁଚରଣ ଦାଶ, ଶୈଳ ଜେନା, ମାନସ କୁମାର ପୁହାଣ, ସଂଘ ସମ୍ପାଦକ ନରେଶ କୁମାର ସାହୁ ପ୍ରମୁଖ ଧାରଣାରେ ସାମିଲ ହୋଇଥିଲେ।

The post ଆନନ୍ଦପୁର ଡାକ୍ତରଖାନା ସମ୍ମୁଖରେ ଧାରଣା first appeared on Sambad.

from ଜିଲ୍ଲା | Sambad https://ift.tt/3hSSKnJ