
ରାଉରକେଲା: ସେକ୍ଟର-୧୪ ସ୍ଥିତ ଦିଲ୍ଲୀ ପବ୍ଲିକ ସ୍କୁଲ(ଡିପିଏସ୍ରୁ) ମାନ୍ୟତା କାଢ଼ିନେଇଛି ଡିପିଏସ୍ ସୋସାଇଟି। ରାଉରକେଲା ଡିପିଏସ୍ ପରିଚାଳନା ଦାୟିତ୍ବରେ ଥିବା ଆର୍ଏସ୍ପି କର୍ତୃପକ୍ଷ ଓ ଡିପିଏସ୍ ସୋସାଇଟି ମଧ୍ୟରେ ନୂଆ ଚୁକ୍ତିନାମା ନେଇ ଲାଗି ରହିଥିବା ବିବାଦର ସମାଧାନ ହୋଇପାରିନଥିବାରୁ ଏହି ପଦକ୍ଷେପ ନିଆଯାଇଛି। ଏମିତିକି ଡିପିଏସ୍ ସୋସାଇଟି ନିଜସ୍ବ ୱେବ୍ସାଇଟ୍ରୁ ରାଉରକେଲା ଡିପିଏସ୍ର ନାଁକୁ ଉଠାଇଦେଇଛି। ଡିପିଏସ୍ ସୋସାଇଟି ମାନ୍ୟତା ପ୍ରତ୍ୟାହାର କରିବା ସତ୍ତ୍ବେ କୌଣସି ପ୍ରଭାବ ପଡ଼ିବନିବୋଲି କୁହାଯାଉଥିଲେ ମଧ୍ୟ, ପରିଚାଳନା ଦାୟିତ୍ବରେ ଥିବା ଆର୍ଏସ୍ପି କର୍ତୃପକ୍ଷଙ୍କ ଏ ଦିଗରେ ଶୂନ ପଦକ୍ଷେପ କିନ୍ତୁ ପ୍ରଶ୍ନବାଚୀ ସୃଷ୍ଟି କରିଛି।

ଡିପିଏସ୍ ସ୍କୁଲ ସ୍ଥାପନ କରିବାକୁ ହେଲେ ଡିପିଏସ୍ ସୋସାଇଟିର ମାନ୍ୟତା ନିତାନ୍ତ ଆବଶ୍ୟକ। ନୂତନଭାବେ ଗଢ଼ି ଉଠିଥିବା ସ୍କୁଲକୁ ପ୍ରାରମ୍ଭରେ ସୋସାଇଟି ପକ୍ଷରୁ ଶିକ୍ଷା, ପରିଚାଳନାଗତ ସହଯୋଗ ଯୋଗାଇ ଦିଆଯାଇଥାଏ। ଏ ବାବଦକୁ ବାର୍ଷିକ ପ୍ରାୟ ୫ ଲକ୍ଷ ଟଙ୍କା ଫି’ ନିଆଯାଏ। ଏହି କ୍ରମରେ ୧୯୯୩ ମସିହାରେ ରାଉରକେଲା ଡିପିଏସ୍ ସ୍ଥାପନବେଳେ ଡିପିଏସ୍ ସୋସାଇଟି ସହ ଏକକାଳୀନ ଚୁକ୍ତିନାମା ସ୍ବାକ୍ଷରିତ ହୋଇଥିଲା। ପରେ ଆର୍ଏସ୍ପି କର୍ତୃପକ୍ଷ ହିଁ ଏହାକୁ ପରିଚାଳନା କରିଥିଲେ। ସବୁକିଛି ଠିକ୍ ଚାଲିଥିଲା। ମାତ୍ର କିଛି ମାସ ପୂର୍ବେ ଡିପିଏସ୍ ସୋସାଇଟି ପୁନଃ ଚୁକ୍ତିନାମା କରିବାକୁ ଆରଏସ୍ପି କର୍ତୃପକ୍ଷଙ୍କୁ ନୋଟିସ୍ ଦେଇଥିଲା। ତେବେ ପୁନଃ ଚୁକ୍ତିନାମା ଅନୁସାରେ କୁଆଡ଼େ ଢେର୍ ଅଧିକ ଟଙ୍କା ପୈଠ କରିବାକୁ ପଡ଼ିବ। ଅତ୍ୟଧିକ ଫି’ ପାଇଁ କିନ୍ତୁ ଆର୍ଏସ୍ପି କର୍ତୃପକ୍ଷ ଅମଙ୍ଗ ହୋଇଥିଲେ। ଫି’ ହ୍ରାସ ନେଇ ବାରମ୍ବାର ଚିଠି ମାଧ୍ୟମରେ ଆଲୋଚନା ଲାଗିରହିଥିଲା, କିନ୍ତୁ ନିଷ୍କର୍ସ ବାହାରିପାରିନଥିଲା। ଏଣୁ ଗତ ଏପ୍ରିଲ ମାସରେ ଡିପିଏସ୍ ସୋସାଇଟି ମାନ୍ୟତାକୁ ପ୍ରତ୍ୟାହାର କରିନେଇଛି।
ଏହି ନିଷ୍ପତ୍ତିପରେ ପୂର୍ବଭଳି ରାଉରକେଲା ଡିପିଏସ୍ ଛାତ୍ରଛାତ୍ର ଆଉ ଆନ୍ତଃ ଡିପିଏସ୍ ମିଟ୍, ବିଭିନ୍ନ ପ୍ରତିଯୋଗିତା ଆଦିରେ ଅଂଶଗ୍ରହଣ କରିପାରିବେ ନାହିଁ। ମାନ୍ୟତା ପ୍ରତ୍ୟାହାର କଲେ ମଧ୍ୟ ଶିକ୍ଷାଦାନରେ କୌଣସି ପ୍ରଭାବ ପଡ଼ିବନିବୋଲି ଶିକ୍ଷାବିତ୍ ମତ ଦେଇଛନ୍ତି। ତେବେ ଏହି ମର୍ଯ୍ୟାଦାଜନକ ଶିକ୍ଷାନୁଷ୍ଠାନ ପରିଚାଚଳନା ଦାୟିତ୍ବରେ ଥିବା ଆର୍ଏସ୍ପି ଏହି ସମସ୍ୟାର ସମାଧାନ କରିନପାରିବା ନେଇ ଭିନ୍ନ ଭିନ୍ନ ପ୍ରତିକ୍ରିୟା ମିଳିଛି।
The post ରାଉରକେଲା: ଦିଲ୍ଲୀ ପବ୍ଲିକ ସ୍କୁଲର ମାନ୍ୟତା କାଢ଼ିନେଲା ଡିପିଏସ୍ ସୋସାଇଟି, ପରିଚାଳନା କମିଟି-ଡିପିଏସ୍ ସୋସାଇଟି ନୂଆ ଚୁକ୍ତିନାମା ହୋଇପାରୁନି first appeared on Sambad.from ଜିଲ୍ଲା | Sambad https://ift.tt/3r7ADyA
0 Comments