ଖଡ଼ିଆଳ : ସୋମବାର ସଂଧ୍ୟାରେ ଦୁର୍ଘଟଣାରେ ଆହତ ହୋଇଥିବା ଜଣେ ବ୍ୟକ୍ତିଙ୍କୁ ଖଡ଼ିଆଳ ବିଡିଓ ଡାକ୍ତରଖାନାରେ ପହଞ୍ଚାଇଥିବା ଜଣାପଡ଼ିଛି।

ପ୍ରକାଶ ଯେ, ସଂଧ୍ୟାରେ ବରଗାଁ ଗ୍ରାମର ନବୀନ ଶବର (୪୫) ଓ ତାଙ୍କ ପତ୍ନୀ ପଙ୍କଜିନୀ ଶବର (୪୦) ଖଡ଼ିଆଳରୁ ନିଜ ଗାଁକୁ ମଟରସାଇକଲ୍‌ରେ ଫେରୁଥିଲେ। ଖଡ଼ିଆଳ ମିସନ ଚର୍ଚ୍ଚ ନିକଟରେ ଏକ କୁକୁର ଦୌଡ଼ି ଆସିବାରୁ ଦୁହେଁ ଭାରସାମ୍ୟ ହରାଇ ମଟରସାଇକଲ୍‌ରୁ ପଡ଼ିଯାଇ ଗୁରୁତର ଅବସ୍ଥାରେ ରାସ୍ତା ଉପରେ ପଡ଼ିରହିଥିଲେ। ଏହି ସମୟରେ ବିଭିନ୍ନ ଗ୍ରାମପଞ୍ଚାୟତ ଗସ୍ତ କରି ଫେରୁଥିବା ଖଡ଼ିଆଳ ବିଡିଓ ନାରାୟଣ ଚନ୍ଦ୍ର ସାହୁ ଉଭୟଙ୍କୁ ଉଦ୍ଧାର କରିବା ସହ ନିଜ ଗାଡ଼ିରେ ନେଇ ଖଡ଼ିଆଳ ଉପଖଣ୍ଡ ଚିକିତ୍ସାଳୟରେ ଭର୍ତ୍ତି କରିଥିଲେ।

The post ଦୁର୍ଘଟଣାରେ ଆହତଙ୍କୁ ହସ୍ପିଟାଲ୍‌ରେ ପହଞ୍ଚାଇଲେ ବିଡିଓ first appeared on Sambad.

from ଜିଲ୍ଲା | Sambad https://ift.tt/3yqD7KJ