
ବ୍ରହ୍ମବରଦା : ଧର୍ମଶାଳା ଥାନା ତଥା ବ୍ରହ୍ମବରଦା ଫାଣ୍ତି ଅନ୍ତର୍ଗତ ମଙ୍ଗଳପୁର ପଞ୍ଚାୟତ ମିନାବାଗ (ଇସ୍ତମା ପଡ଼ିଆ) ଗ୍ରାମରେ ପ୍ରେମ ବିବାହକୁ ନେଇ ହୋଇଥିବା ହତ୍ୟାକାଣ୍ଡ ମାମଲାରେ ଆଉ ଜଣେ ଗିରଫ ହୋଇଛି। ଗିରଫ ଅଭିଯୁକ୍ତ ସେହି ଗ୍ରାମର ସେକ ନେମାଜି ଜମ୍ମାଙ୍କ ପୁଅ ସେକ ଜମରୁଲ (୩୧)।
ସୂଚନା ଅନୁଯାୟୀ, ଏହି ଗ୍ରାମର ସେକ୍ ମୋଇଉଦ୍ଦିନଙ୍କ ସାନପୁଅ ସେକ୍ ନବି ହୋସେନ ଓ ଉକ୍ତ ଗ୍ରାମର ସେକ ତଜମୁଲ ଜମାଙ୍କ ଝିଅ ନରଗିସ ପରବିନଙ୍କୁ ଭଲପାଇ କୋର୍ଟରେ ବିବାହ କରିଥିଲେ। ଏହି ଘଟଣାକୁ ନେଇ ଗତ ଜୁନ ମାସ ୯ ତାରିଖରେ ଝିଅ ଘରର ସଂଘବଦ୍ଧ ଆକ୍ରମଣରେ ପୁଅଘର ପରିବାରର ୬ ଜଣ ଗୁରୁତର ଆହତ ହୋଇଥିଲେ। ଆହତ ସେକ୍ ସଲ୍ଲାଉଦ୍ଦିନଙ୍କର କଟକ ବଡ଼ ଡାକ୍ତରଖାନାରେ ମୃତ୍ୟୁ ହୋଇଥିଲା। ୨୯୬/୨୧ ରେ ଏକ ମାମଲା ରୁଜୁକରି ପୁଲିସ ଝିଅର ବଡ଼ଭାଇ ସେକ ମୋଜାମିଲ ରାଜା ଓ ମାମୁ ସେକ ଅତାଉଲ୍ଲାଙ୍କୁ ଗିରଫ କରିଥିଲା। ଗତ ଗୁରୁବାର ଉକ୍ତ ଘଟଣାକୁ ନେଇ ପୁଣି ମାର୍ପିଟ ହୋଇଥିଲା। ଏଥିରେ ପୁଲିସ ଜଣକୁ ଗିରଫ କରିଥିବା ବେଳେ ଗତକାଲି ରାତିରେ ସେକ୍ ଜମରୁଲକୁ ଗିରଫ କରାଯାଇଥିଲା।
The post ପ୍ରେମ ବିବାହକୁ ନେଇ ହତ୍ୟା ଘଟଣା, ଆଉ ଜଣେ ଗିରଫ first appeared on Sambad.from ଜିଲ୍ଲା | Sambad https://ift.tt/3jcQKY9
0 Comments