
ହାଟଡିହି : ସ୍ବାମୀଙ୍କୁ ମଦ ପିଆଇ ସ୍ତ୍ରୀକୁ ଦୁଷ୍କର୍ମ ଉଦ୍ୟମ କରାଯାଇଥିବା ଭଳି ଘଟଣା ହାଟଡିହି ଅଞ୍ଚଳରେ ଆଲୋଡ଼ନ ଖେଳାଇ ଦେଇଛି। ଏନେଇ ନନ୍ଦିପଦା ଥାନାରେ ଅଭିଯୋଗ ହୋଇଛି ।
ସୂଚନା ଅନୁଯାୟୀ, ନନ୍ଦିପଦା ଥାନା ଅଧୀନସ୍ଥ ବରାଙ୍ଗ ବଜାର ନିକଟରେ ଜଣେ ବ୍ୟକ୍ତି ଚୋରାରେ ମଦ ଆଣି ବିକ୍ରି କରୁଛନ୍ତି। ଶାଳଣିଆଁ ମନୋହରପୁର ଅଞ୍ଚଳର ଏକ ଦମ୍ପତି ଭିକ୍ଷା ମାଗିବାକୁ ବରାଙ୍ଗ ଅଞ୍ଚଳରେ ବୁଲୁଥିଲେ। ଗତକାଲି ରାତି ହୋଇଯିବାରୁ ସେହି ବଜାର ନିକଟରେ ଆଶ୍ରୟ ନେଇଥିଲେ। ମହିଳାଙ୍କ ସ୍ୱାମୀ ଜଣେ ନିଶାଡ଼ି ହୋଇଥିବାରୁ ଏହାର ସୁଯୋଗନେଇ ସେଠାରେ ଚୋରାମଦ ବିକ୍ରି କରୁଥିବା ଦୁଡୁଗାଁ ଗ୍ରାମର ଜଣେବ୍ୟକ୍ତି ମହିଳାଙ୍କ ସ୍ୱାମୀକୁ ପ୍ରଚୁର ମଦ ପିଆଇ ଦେଇଥିଲେ। ସ୍ୱାମୀ ମଦ ନିଶାରେ ବେହୋସ ହୋଇଯିବାପରେ ମଦ ବେପାରୀ ଜଣକ ତାର ସ୍ତ୍ରୀକୁ ଦୁଷ୍କର୍ମ ଉଦ୍ୟମ କରିଥିଲା।
ମହିଳା ଚିତ୍କାର କରିବାରୁ ଆଖପାଖର କିଛି ପିଲା ଘଟଣାସ୍ଥଳରେ ପହଞ୍ଚି ଯାଇଥିଲେ। ଫଳରେ ସଂପୃକ୍ତ ବ୍ୟକ୍ତି ମହିଳାଙ୍କୁ ଛାଡ଼ି ଚମ୍ପଟ ମାରିଥିଲା। ଏନେଇ ମହିଳା ଜଣକ ଗତକାଲି ରାତିରେ ନନ୍ଦିପଦା ଥାନାରେ ଅଭିଯୋଗ କରିଥିଲେ। ଅଭିଯୋଗ ପାଇବାପରେ ନନ୍ଦିପଦା ପୁଲିସ ଆଜି ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି।
The post ସ୍ୱାମୀକୁ ମଦ ପିଆଇ ସ୍ତ୍ରୀକୁ ଦୁଷ୍କର୍ମ ଉଦ୍ୟମ first appeared on Sambad.from ଜିଲ୍ଲା | Sambad https://ift.tt/3j8YXMP
0 Comments