ଟାଙ୍ଗୀ : ଶୁକ୍ରବାର ସୋରଣ ଚିଲିକା କୂଳରୁ ଏକ ମୃତ ଫିସିଂ କ୍ୟାଟ୍‌କୁ ବନ୍ୟପ୍ରାଣୀ ବିଭାଗ ଜବତ କରିଛି। ମୃତଶରୀରକୁ ପଞ୍ଚନାମା କରି ବନ ବିଭାଗ ଏହାର ତଦନ୍ତ କରୁଛି।

ସୂଚନାଯୋଗ୍ୟ, ଚିଲିକା କୂଳରେ ପଡ଼ିଥିବା ଏହି ମୃତ ଫିସିଂ କ୍ୟାଟ୍‌ ସମ୍ପର୍କରେ ମତ୍ସ୍ୟଜୀବୀମାନେ ସୋରଣ ଫରେଷ୍ଟ୍‌ ବିଟ୍‌କୁ ଅବଗତ କରିଥିଲେ। ପରେ ଟାଙ୍ଗୀ ବନ୍ୟପ୍ରାଣୀ ବିଭାଗ ଘଟଣାସ୍ଥଳରେ ପହଞ୍ଚି ଥିଲେ। ଏହି ଫିସିଂ କ୍ୟାଟ୍‌ ପାଣିରେ ରୁହନ୍ତି ଏବଂ ଏହା ଦେଖିବାକୁ ଛୋଟ ବାଘ ପରି। ପଞ୍ଚନାମା ରିପୋର୍ଟ ଆସିବା ପରେ ଏହାର ମୃତ୍ୟୁର କାରଣ ସ୍ପଷ୍ଟ ‌ହେବ ବୋଲି ବିଭାଗୀୟ କର୍ମଚାରୀଙ୍କ ସୂତ୍ରରୁ ଜଣାପଡ଼ିଛି।

The post ଚିଲିକା କୂଳରୁ ମୃତ ଫିସିଂ କ୍ୟାଟ୍‌ ଉଦ୍ଧାର first appeared on Sambad.

from ଜିଲ୍ଲା | Sambad https://ift.tt/3jDY2FS