ଜୟପୁର: ଡିଜେଲ, ପେଟ୍ରେଲ, ଖାଇବା ତେଲ ଓ ଡାଲି, ପନି ପରିବା ଆଦିର ଦର ଆକାଶଛୁଆଁ। ଏହାକୁ ନିୟନ୍ତ୍ରଣ ଆଣିବାରେ କେନ୍ଦ୍ର ଓ ରାଜ୍ୟ ସରକାର ବିଫଳ ବୋଲି ଏକ ସାମ୍ବାଦିକ ସମ୍ମିଳନୀରେ ଅଭିଯୋଗ କରିଛନ୍ତି କୋରାପୁଟ ଜିଲ୍ଲା ସିପିଆଇର ସଂପାଦକ ଯୁଧିଷ୍ଟିର ରାଉଳ, ଶ୍ରମିକ ନେତା ପ୍ରମୋଦ ମହାନ୍ତି, ରାମକୃଷ୍ଣ ଦାସ।

ଦର ବୃଦ୍ଧିକୁ ବିରୋଧରେ ବାମାପନ୍ଥୀ ଦଳ ଗୁଡ଼ିକ ପକ୍ଷରୁ ସମଗ୍ର ଓଡିଶାରେ ଆସନ୍ତା ୧୫ତାରିଖରେ ୬ଘଣ୍ଟିଆ ବନ୍ଦ ଡାକାରା ଦେଇଛନ୍ତି। ଏହାକୁ କୋରାପୁଟ ଜିଲ୍ଲା ସିପିଆଇ ସଂପୁର୍ଣ୍ଣ ସମର୍ଥନ କରି ଜିଲ୍ଲାବ୍ୟାପୀ ଧାରଣା ଦେବ ବୋଲି କହିଛନ୍ତି ଶ୍ରୀ ରାଉଳ। ସେ ବିଭିନ୍ନ ବ୍ୟବସାୟୀକ ସଂଗଠନ, ଟ୍ୟାକ୍ସି, ଟ୍ରକ, ବସ, ଗ୍ୟାରେଜ୍, ଚାମ୍ପର ଅଫ କମର୍ସ ଆଦିକୁ ଏହି ବନ୍ଦ ପାଇଁ ସହଯୋଗ କରିବାକୁ ଅନୁରୋଧ କରିଥିଲେ।

The post ୧୫ରେ ବାମପନ୍ଥୀଙ୍କ ଓଡିଶା ବନ୍ଦ ଡାକାରାକୁ ଜିଲ୍ଲା ସିପିଆଇର ସମର୍ଥନ first appeared on Sambad.

from ଜିଲ୍ଲା | Sambad https://ift.tt/3hU1kCF