
ଭବାନୀପାଟଣା : ଭବାନୀପାଟଣା ସଦର ଥାନା ଜାଖମ ନିକଟରେ ପିକ୍ଅପ୍ ଭ୍ୟାନ୍ ଓ ସ୍କୁଟି ମୁହାମୁହିଁ ଧକ୍କା ହେବାରୁ ଜଣଙ୍କର ମୃତ୍ୟୁ ହୋଇଛି। ଘଟଣାରେ ଅନ୍ୟଜଣେ ଗୁରତର ଆହତ ହୋଇଛନ୍ତି।
ସୂତ୍ରରୁ ପ୍ରକାଶ ଯେ, ଶନିବାର ସନ୍ଧ୍ୟାରେ ଥୁଆମୂଳ ରାମପୁର ବ୍ଲକ୍ କାଣୀଗୁମା ଗ୍ରାମର ନିରୁପମା ସୁନାନୀ (୨୮ ବର୍ଷ) ଓ ତାଙ୍କ ସାନ ଭଉଣୀ ପ୍ରତିମା ସୁନାନୀ (୨୪ ବର୍ଷ) ସ୍କୁଟି (ଓଡି ୦୮ ଏମ୍-୨୮୯୪) ରେ ଭବାନୀପାଟଣା ଅଭିମୁଖେ ଆସୁଥିଲେ। ଏହି ସମୟରେ ବିପରୀତ ପାର୍ଶ୍ବରୁ ଏକ ପିକଅପ୍ (ଓଡି ୦୮ କେ-୩୭୫୧) ଯାଉଥିଲା। ଜାଖମ ନିକଟରେ ସ୍କୁଟିକୁ ଧକ୍କା ଦେବାରୁ ୨ ଭଉଣୀ ଗୁରୁତର ଆହତ ହୋଇଥିଲେ। ସଙ୍ଗେ ସଙ୍ଗେ ଭବାନୀପାଟଣା ଡାକ୍ତରଖାନାରେ ଚିକିତ୍ସା ନିମନ୍ତେ ଭର୍ତ୍ତି କରାଯାଇଥିଲା। ଚିକିତ୍ସାଧୀନ ଅବସ୍ଥାରେ ନିରୁପମାଙ୍କ ମୃତ୍ୟୁ ହୋଇଥିଲା। ପ୍ରତିମା ବର୍ତ୍ତମାନ ଚିକିତ୍ସାଧୀନ ଅଛନ୍ତି। ପୁଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଜାରି ରଖିଛି। ପିକ୍ଅପ୍ ଡ୍ରାଇଭର ଫେରାର ହୋଇଯାଇଛି।
The post ସଡ଼କ ଦୁର୍ଘଟଣାରେ ଜଣେ ମୃତ, ୧ ଗୁରୁତର first appeared on Sambad.from ଜିଲ୍ଲା | Sambad https://ift.tt/3r2aeCa
0 Comments