
ଧନକଉଡ଼ା : ସମ୍ବଲପୁର ଜିଲ୍ଲା ବୁର୍ଲା ଥାନା ସମ୍ବଲପୁର-ଚାଉଁରପୁର ରାସ୍ତା ମା’ ତାରା ରାଇସ୍ ମିଲ୍ ନିକଟରେ ଶନିବାର ଅପରାହ୍ଣ ପ୍ରାୟ ୩ଟା ୩୦ରେ ଏକ ଦୁର୍ଘଟଣାରେ ଜଣେ ଯୁବକଙ୍କ ମୃତ୍ୟୁ ହୋଇଥିବା ବେଳେ ଜଣେ ଗୁରୁତର ହୋଇଛନ୍ତି। ମୃତ ଯୁବକ ହେଲେ ଅରୁଣ ମିର୍ଦ୍ଧା (୨୨)। ଗୁରୁତର ଜଣକ ହେଲେ ଠିବ ଟିଠେଇ (୨୩) ଓ ଆହତ ଯୁବକ ହେଲେ ଆଲୋକ ଖଡ଼ିଆ (୨୩)। ସମସ୍ତେ ଅତାବିରା ଥାନା ଜଙ୍ଗେଡ଼ ଗ୍ରାମ ରୁଗୁଡ଼ିଟିକ୍ରାର ବୋଲି ଜଣାପଡ଼ଛି। ସମସ୍ତେ କନ୍ୟା ବିଦା କରିବାକୁ ସମ୍ବଲପୁର ପଟକୁ ଯାଇଥିଲେ।
ସୂଚନା ଅନୁଯାୟୀ ଏକ ବାଇକ୍ (ଓଆର-୧୫ଆର-୨୨୦୬)ରେ ସମ୍ବଲପୁରରୁ କନ୍ୟା ବିଦାୟ ସାରି ଘରକୁ ଫେରୁଥିଲେ। ତାରା ମିଲ୍ ସମ୍ମୁଖରେ ଭାରସାମ୍ୟ ହରାଇ ପାଖରେ ଥିବା ଏକ ବିଦ୍ୟୁତ୍ ଖୁଣ୍ଟକୁ ଧକ୍କା ଦେଇଥିଲେ। ଘଟଣାସ୍ଥଳରେ ହିଁ ଅରୁଣଙ୍କ ମୃତ୍ୟୁ ହୋଇଯାଇଥିଲା। ଦୁର୍ଘଟଣାର ପ୍ରାୟ ଘଣ୍ଟାଏ ପର୍ଯ୍ୟନ୍ତ ତିନି ଜଣ ସେମିତି ପଡ଼ି ରହିଥିଲେ। ଖବରପାଇ ସମାଜସେବୀ ଧୀରେନ ନାଗ ଘଟଣାସ୍ଥଳରେ ପହଞ୍ଚି ମନୋଜ ସ୍ବାଇଁଙ୍କ ସହାୟତାରେ ସମସ୍ତଙ୍କୁ ମେଡିକାଲ୍ ପଠାଇବାକୁ ଉଦ୍ୟମ କରିଥିଲେ। ହେଲେ ଗାଡ଼ି ପାଇ ନଥିଲେ। ଗୋଶାଳା ଫାଣ୍ଡି ଅଧିକାରୀ ଅଧିକାରୀ ଅଜିତ ଧଳ ସାମନ୍ତଙ୍କୁ ଖବର ଦେଇଥିଲେ। ଏକ ଅଟୋରେ ସମସ୍ତଙ୍କୁ ବୁର୍ଲା ପଠାଯାଇଥିଲା। ଉକ୍ତ ସ୍ଥାନରେ ବାରମ୍ବାର ଦୁର୍ଘଟଣା ଘଟୁଥିଲେ ବି ପ୍ରଶାସନ ଦୃଷ୍ଟି ଦେବା ଜରୁରୀ ବୋଲି ସ୍ଥାନୀୟ ଲୋକେ ଦାବି କରିଛନ୍ତି।
The post କନ୍ୟା ବିଦା କରିବାକୁ ଯାଇଥିଲେ, ବିଦ୍ୟୁତ୍ ଖୁଣ୍ଟରେ ପିଟି ହେଲା ବାଇକ୍; ଜଣେ ମୃତ, ଦୁଇ ଗୁରୁତର first appeared on Sambad.from ଜିଲ୍ଲା | Sambad https://ift.tt/3kuP7Hi
0 Comments