
କେନ୍ଦ୍ରାପଡ଼ା : ଗତକାଲି ଏନ୍କାଉଣ୍ଟରେ ହାଇଦର୍ର ମୃତ୍ୟୁ ପରେ ତା’ର ମଝିଆଁ ପୁଅ ଚୁନ୍ନେଇଙ୍କୁ ଗଣମାଧ୍ୟମରେ ପ୍ରତିକ୍ରିୟା ରଖୁଥିବାର ଦେଖିବାକୁ ମିଳିଥିଲା। ନିଜ ବାପାଙ୍କ ମୃତ୍ୟୁକୁ ନେଇ ପୁଲିସ ଓ ସରକାରଙ୍କ ଉପରେ ଖୁବ୍ ବର୍ଷୁଥିଲେ ସେ। ତେବେ, ତା’ପରଠାରୁ ସେ ଫେରାର୍ ହୋଇଯାଇଥିବା ଜଣାପଡ଼ିଛି।
ଚୁନ୍ନେଇ ସମେତ ହାଇଦାର୍ର କୌଣସି ପୁଅ ମୃତଦେହ ଆଣିବାକୁ ବାଲେଶ୍ବର ଯାଇନଥିଲେ। ରବିବାର ରାତି ସାଢ଼େ ୮ଟା ବେଳେ ହାଇଦର୍ର ଶବ କେନ୍ଦ୍ରାପଡ଼ାରେ ପହଞ୍ଚିବାପରେ ପତ୍ନୀ ଓ ଅନ୍ୟ ଦୁଇଜଣ ସମ୍ପର୍କୀୟ ମହିଳା କବରସ୍ତାନଠାରୁ କିଛି ଦୂରରେ ରହି ଘରକୁ ଚାଲିଯାଇଥିବାବେଳେ କବରସ୍ତାନରେ ପରିବାରର କୌଣସି ପୁରୁଷ ସଦସ୍ୟଙ୍କ ଦେଖା ମିଳି ନଥିଲା। କେବଳ ଶେଷକୃତ୍ୟ ପାଇଁ ଆବଶ୍ୟକ ମୌଲବୀ ଓ ଅନ୍ୟମାନଙ୍କୁ ମିଶାଇ ମାତ୍ର ୫ଜଣଙ୍କୁ ନେଇ ଶେଷକୃତ୍ୟ କରାଯାଇଥିଲା। ଚୁନ୍ନେଇଙ୍କୁ ମଧ୍ୟ ଦେଖିବାକୁ ମିଳିନଥିଲା।
ହାଇଦର୍ ବଡ଼ପୁଅ ମୁନ୍ନା ଜେଲ୍ରେ ଥିବାବେଳେ ହାଇଦର୍ ମେଡିକାଲ୍ରୁ ଫେରାର୍ ହେବାପରଠାରୁ ସାନପୁଅ ଆଜାରୁଦ୍ଦିନ୍ ବି ଓଡ଼ିଶା ବାହାରକୁ ଚାଲିଯାଇଥିବା କୁହାଯାଉଛି। ସେହି କାରଣରୁ ଶେଷକୃତ୍ୟ ବେଳେ ହାଇଦର୍ର କୌଣସି ପୁଅ କବରସ୍ତାନ୍ରେ ରହି ପାରି ନ ଥିବା ଜଣାପଡ଼ିଛି।
The post ଗଣମାଧ୍ୟମରେ ପ୍ରତିକ୍ରିୟା, ତା’ପରେ ଫେରାର୍; କବରସ୍ତାନ୍କୁ ବି ଆସିଲାନି ହାଇଦର୍ର ପୁଅ ଚୁନ୍ନେଇ first appeared on Sambad.from ଜିଲ୍ଲା | Sambad https://ift.tt/3BE4Jyo
0 Comments