ଜୟପୁର : ରବି ମଣ୍ଡିରେ କୁନ୍ଦ୍ରାବ୍ଲକରେ ଧାନ କ୍ରୟକାରୀ ସଂସ୍ଥା ରହି ଆସିଥିବା ଏକ ମହିଳା ସ୍ବୟଂ ସହାୟକଦଳ ବ୍ୟାପକ ଅନିମିୟତତା କରିଥିବାରୁ ତାକୁ ବାଦ୍ ଦେବାକୁ ଭୁଷଙ୍ଗଗୁଡା ପଂଚାୟତର ଗିର୍ଲ୍ଲୀଗୁଡ଼ା ଠାରେ ଥିବା ଅଜାଦ ପାଣିପଂଚାୟତ ଦାବି କରିଛି। ଆଜି ଏ ନେଇ ଏକ ଦାବିପତ୍ର ପାଣି ପଂଚାୟତ ପକ୍ଷରୁ ସତ୍ୟବାନ ପାଣିଗ୍ରାହୀ, ଭାସ୍କର ଚନ୍ଦ୍ର ନାୟକ, ବିପ୍ରଚରଣ ସ୍ବାଇଁ, ରବିନ୍ଦ୍ର କୁମାର ରାଉଳ, କିଶୋର ଚନ୍ଦ୍ର ବିଷୋଇ, କୃଷ୍ଣ ଦାଶ, କୃଷ୍ଣ ଗାଧବା, ତ୍ରିଲୋଚନ ନାୟକ, ଗୁପ୍ତ ଗାଧବା, ଭୀମ ଜାନୀ, ରାଜେଶ ଯତ୍ରୀ, ଶ୍ୟାମ ସୁନ୍ଦର ଗାଧବା ଆଦି ଉପଜିଲ୍ଲାପାଳ ଓ ଜିଲ୍ଲାଯୋଗାଣ ଅଧିକାରୀଙ୍କୁ ପ୍ରଦାନ କରିଥିଲେ। ମହିଳା ସ୍ବୟଂ ସହାୟକ ଦଳ ରବି ଧାନ ମଣ୍ଡି ସମୟରେ ୬୪ଜଣ ଚାଷୀଙ୍କର କାଗଜପତ୍ର ପାଇବା ପରେ ବି ପଂଜିକରଣ ନ କରି ଅବହେଳା କରିଥିଲେ। ସେଭଳି ୨୪ଜଣ ଚାଷୀ ପଂଜୀକରଣ ହୋଇଥିଲେ ସୁଦ୍ଧା ଟୋକେନ୍ ପାଇନଥିଲେ। କିଛି ଚାଷୀ ଟକୋନ୍ ପାଇଥିଲେ ସୁଦ୍ଧା ଠିକଣା ସମୟରେ ଧାନ କିଣା ନ ଯିବା ଫଳରେ ଟକୋନ୍ ଲାପସ୍ ହେବା ସହ ଚାଷୀ ଧାନ ବିକ୍ରୀ କରି ପାରିନଥିଲେ। କ୍ରୟକାରୀ ଏସଚଜି ମିଲରଙ୍କ ସହ ସଲାସୁତରା କରି କଟନିଛଟନି ନାଁରେ ୫ରୁ ୮କିଲୋ ପର୍ଯ୍ୟନ୍ତ ଧାନ ନେବା ଭଳି ଅଭିଯୋଗ ରହିଛି। ଏସଚଜିକୁ ବାଦ୍ ନ ଦେଲେ ଚାଷୀ ମାନେ ଆନ୍ଦୋଳନାତ୍ମକ ପନ୍ତା ଅବଲମ୍ବନ କରିବାକୁ ବାଧ୍ୟ ହେବେ ବୋଲି ଚେତାବନୀ ଦେଇଛନ୍ତି।

The post ଖରିଫ ମଣ୍ଡିରେ ମହିଳା ସ୍ବୟଂ ସହାୟକ ଦଳକୁ କ୍ରୟକାରୀ ସଂସ୍ଥାରୁ ବାଦ୍ ଦେବାକୁ ପାଣି ପଂଚାୟତର ଦାବି first appeared on Sambad.

from ଜିଲ୍ଲା | Sambad https://ift.tt/36Zb4X6