
ଝାରସୁଗୁଡ଼ା : ଝାରସୁଗୁଡ଼ାରୁ କୋଲାବିରା ଦେଇ ଯାଇଥିବା ଜାତୀୟ ରାଜପଥରେ ଗତ କିଛି ଦିନ ହେଲା ଲୁଟ୍ତରାଜ ବୃଦ୍ଧି ପାଇଛି। ଗତ ୧୫ ତାରିଖ ଦିନ ଉକ୍ତ ରାସ୍ତାରେ ପୂର୍ଣ୍ଣା ଗ୍ରାମରେ ଜଣେ ଯୁବକଙ୍କୁ କିଛି ଦୁର୍ବୃତ୍ତ ମାଡ଼ ମାରି ତାଙ୍କଠାରୁ ୩୪ ହଜାର ଟଙ୍କା ଲୁଟି ନେଇଥିବା ଅଭିଯୋଗ ହୋଇଥିଲା। ବୁଧବାର ପୁଣି ସ୍ପଷ୍ଟ ଦିବାଲୋକରେ ଜଣେ ଯୁବକ ଅଖିଳ ସରାଫଙ୍କଠାରୁ ଲୁଟ ହୋଇଥିବା ଅଭିଯୋଗ ହୋଇଛି।
କୋଲାବିରାର ଅଖିଳ ବାଇକ୍ରେ ଯାଉଥିବା ବେଳେ ପୂର୍ଣ୍ଣା ଓ ସିରିଆପାଲି ମଝିରେ ନିଛାଟିଆ ରାସ୍ତାର ସୁଯୋଗ ନେଇ କିଛି ଲୁଟେରା ତାଙ୍କୁ ଅଟକାଇ ଭୟଭୀତ କରିବା ସହ ଟଙ୍କା ଲୁଟି ନେଇଥିବା ଜଣାଯାଇଛି। ଏହି ରାସ୍ତାରେ ଥିବା ଢାବାଗୁଡ଼ିକରେ ମଦ ପିଇ ଦୁର୍ବୃତ୍ତମାନେ ଲୁଟତରାଜ କରୁଥିବା ଅଭିଯୋଗ ହୋଇଛି।
The post ଝାରସୁଗୁଡ଼ା: ଜାତୀୟ ରାଜପଥରେ ପୁଣି ଲୁଟ୍ ଅଭିଯୋଗ first appeared on Sambad.from ଜିଲ୍ଲା | Sambad https://ift.tt/36PeoUP
0 Comments