ରାଉରକେଲା : କରୋନା କଟକଣା ମଧ୍ୟରେ ସ୍ମାର୍ଟସିଟି ରାଉରକେଲା ଓ ଏହାର ଆଖପାଖ ୪୪ଟି ଜଗନ୍ନାଥ ମନ୍ଦିରରେ ମହାପ୍ରଭୁଙ୍କ ସୁନାବେଶ ଅନୁଷ୍ଠିତ ହୋଇଯାଇଛି। ସହରର ସର୍ବପୁରାତନ ସେକ୍ଟର-୩ ଅହିରାବନ୍ଧ ଜଗନ୍ନାଥ ମନ୍ଦିର, କୋଏଲନଗର ‘ଏ’ ବ୍ଲକ ଓ ‘ସି’ ବ୍ଲକ, ହନୁମାନବାଟିକା, ଉଦିତନଗର ପଞ୍ଚଦେବ ମନ୍ଦିର, ଛେଣ୍ଡ କଲୋନି ଦେବ ବିହାର, ବାସନ୍ତୀ କଲୋନି, ପ୍ଲାଣ୍ଟସାଇଟ୍‌, ସେକ୍ଟର-୬, ପାନପୋଷ, ଦେଓଗାଁ, ବନ୍ଧମୁଣ୍ଡା, ଫର୍ଟିଲାଇଜର ଆଦି ଜଗନ୍ନାଥ ମନ୍ଦିରରେ ଶାନ୍ତି ଶୃଙ୍ଖଳା ସହ ସୁନାବେଶ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା।

ଦଇତାପତି ଓ ସେବକମାନଙ୍କ ଦ୍ବାରା ବିଧିରକ୍ଷା ପାଇଁ ମହାପ୍ରଭୁଙ୍କୁ ସୁନାବେଶ କରାଯାଇଥିଲା। ସୁନାବେଶରେ ଝଟିକଥିଲେ ମହାପ୍ରଭୁ। ମଙ୍ଗଳ ଆଳତି, ମଇଲମ ତଡପଲାଗି, ରୋଷ ହୋମ୍‌, ଅବକାଶ, ସୂର୍ଯ୍ୟପୂଜା, ଦ୍ବାରପାଳ ପୂଜା, ମଙ୍ଗଳରପଣ ଆଦି ନୀତିକାନ୍ତି କରାଯାଥିଲା। ସେକ୍ଟର-୩ ଜଗନ୍ନାଥ ମୁଖ୍ୟ ପୂଜକ ତ୍ରିନାଥ ପଣ୍ଡା ମହାପ୍ରଜୁଙ୍କୁ ସୁନାବେଶରେ ସଜ୍ଜିତ କରିଥିଲେ। ପରିଚାଳନା ଟ୍ରଷ୍ଟର ଗିରିଜା ଶଙ୍କର ଦ୍ବିବେଦୀ, ଠାକୁର ରାଜା କିଶୋର ନାୟକ, ସୁଧୀର ସୁନ୍ଦର ରାୟ, ସୁଶାନ୍ତ ତ୍ରିପାଠୀ, ପି.ସି. ଦାସ, ରଜତ ଚୌଧୁରୀ, କୃଷ୍ଣ ପଟ୍ଟନାୟକଙ୍କ ସମେତ ଅନ୍ୟମମାନେ କାର୍ଯ୍ୟକ୍ରମ ପରିଚାଳନାରେ ସହାୟତା କରିଥିଲେ। ଉଦିତନଗର ପଞ୍ଚଦେବ ମନ୍ଦିରରେ ମୁଖ୍ୟ ପୂଜକ ଦୀନବନ୍ଧୁ ଦାଶ, ଅଭିଶେକ ରାହୁଲ ନୀତିକାନ୍ତ କରିଥିଲେ। ଟ୍ରଷ୍ଟର ସୂର୍ଯ୍ୟମଣି ବେହେରା, ଦିଲୀପ କର, ବିଜୟ କୁମାର ପ୍ରଧାନ, ମହେଶ୍ବର ସ୍ବାଇଁ, ପ୍ରଭାତ ମିଶ୍ର ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନାରେ ସହାୟତା କରିଥିଲେ।

ସେକ୍ଟର-୬ ଶ୍ରୀ ଶ୍ରୀ ପତିତପାବନଜୀଉଙ୍କ ସୁନାବେଶର ନୀତିକାନ୍ତି ଅନୁଷ୍ଠିତ ହୋଇଯାଇଛି। ପୂଜା ପଣ୍ଡା ଭାସ୍କର ଚଇନି, ଭବାନିଶଙ୍କର ପଣ୍ଡା, ନେପାଳ ଚନ୍ଦ୍ର ଶତପଥୀ ସମସ୍ତ ‌‌ଷୋଡଶ ଉପଚାର ପୂଜା କରିଥିଲେ। ପ୍ରଧାନସେବକ ପ୍ରଦୀପ କୁମାର ଧଳ ଠାକୁରଙ୍କ ଦର୍ଶନ ଭିକ୍ଷା କରିଥିଲେ। ବିଶ୍ବକର୍ମା କରୁଣକର ସୁତାର ମହାପ୍ରଜୁଙ୍କୁ ସୁନାବେଶରେ ସୁସଜ୍ଜିତ କରିଥିଲେ। ମନ୍ଦିର ପରିଚାଳନା କମିଟିର କୃଷ୍ଣ ତନ୍ତି, ଦିଲୀପ କୁମାର ଦାସ, ଅକ୍ଷୟ ଜେନା, ସୁବାସ ପାତ୍ର, ରାମମୋହନ ନାୟକ, ଅଶୋକ ସ୍ବାଇଁ, ଅର୍ଜୁନ ବେହେରା, ଉତ୍ତମ କୁମାର ସାହୁ, ପ୍ରଶାନ୍ତ ବାରିକ ପ୍ରମୁଖ ସହାୟତା କରିଥିଲେ।

The post ସ୍ମାର୍ଟସିଟିରେ ମହାପ୍ରଭୁଙ୍କ ସୁନାବେଶ first appeared on Sambad.

from ଜିଲ୍ଲା | Sambad https://ift.tt/3BBHS6P