ନୂଆପଡ଼ା: ନୂଆପଡ଼ାରେ ଭାଲୁ ଆତଙ୍କ । ଜିଲ୍ଲାପାଳଙ୍କ ଘରେ ପଶିଛି ଭାଲୁ । ଭାଲୁକୁ ଉଦ୍ଧାର ପାଇଁ ଜଗି ବସିଛି ବନବିଭାଗ । ଜିଲ୍ଲାପାଳଙ୍କ ସରକାରୀ ବାସଭବନ ଭିତରେ ଭାଲୁ ବୁଲୁଥିବା ଦେଖି ବନ ବିଭାଗକୁ ଫୋନ ଯୋଗେ ଜଣାଇଥଲେ କର୍ମଚାରୀ । ପରେ ଘଟଣାସ୍ଥଳରେ ବନବିଭାଗ ପହଂଚି ଭାଲୁକୁ ଉଦ୍ଧାର କରିବା ନେଇ ବ୍ୟବସ୍ଥା କରାଯାଉଥିବା ସୂଚନା ରହିଛି । ଗତ କିଛି ଦିନ ତଳେ ସ୍ଥାନୀୟ ମୃତ୍ତିିକା ସଂରକ୍ଷଣ କାର୍ଯ୍ୟାଳୟ ଭିତରେ ୧୫ ଘଂଟା ଧରି ଆତଙ୍କ ଦେଖାଇଥିଲା ଭାଲୁ । ଭାଲୁଟି ଆମ୍ବ ଖାଇବାକୁ ଆସି ପଶି ଯାଇଥିବା ଅନୁମାନ କରାଯାଉଛି।

 

The post ନୂଆପଡ଼ା ଜିଲ୍ଲାପାଳଙ୍କ ସରକାରୀ ବାସଭବନରେ ଭାଲୁ ଆତଙ୍କ first appeared on Sambad.

from ଜିଲ୍ଲା | Sambad https://ift.tt/3ejKJaa