ରାଉରକେଲା: ପାନପୋଷ ବାଲୁଘାଟରେ ହୋଲସେଲ କୃଷକ ବଜାର ନିର୍ମାଣକୁ ବିସ୍ଥାପିତମାନେ କଡା ବିରୋଧ କରିଛନ୍ତି। ଫଳରେ ଘଟଣାସ୍ଥଳରେ ଉତ୍ତେଜନା ପ୍ରକାଶ ପାଇଛି। ଉତ୍ତେଜନାକୁ ଦୃଷ୍ଟିରେ ରଖି ରଘୁନାଥପାଲ୍ଲୀ ପୁଲିସ ପକ୍ଷରୁ ନିର୍ମାଣଧୀନ ଜାଗାରେ ବ୍ୟାପକ ପୁଲିସ ମୁତୟନ କରାଯାଇଛି।

୨୦୧୪ରେ ମୁଖ୍ୟମନ୍ତୀ ପ୍ରାୟ ୧୩ ଏକର ଆରଏସପି ଜାଗାରେ ହୋଲସେଲ କୃଷକ ବଜାର ନିର୍ମାଣର ଶିଳାନ୍ୟାସ କରିଥିଲେ। ପାଚେରୀ ଓ ଅନ୍ୟାନ୍ୟ କାମ ପାଇଁ ୯୮କୋଟି ମଞ୍ଜୁରି ହୋଇଥିଲା। ଗତବର୍ଷ ପାଚେରୀ ନିର୍ମାଣ କାମକୁ ବିରୋଧ କରିବାରୁ କାମ ଅଧାରୁ ବନ୍ଦ ରହିଥିଲା। ଏବେ ଜିଲ୍ଲା ଖଣିଜ ପାଣ୍ଠିରୁ ପୁଣି ପ୍ରାୟ ୨୫ କୋଟି ଟଙ୍କା ମଞ୍ଜୁରି ହୋଇଛି। ସେପଟେ ବିସ୍ଥାପିତଙ୍କ ସମସ୍ୟାର ସ୍ଥାୟୀ ସମାଧାନ ନ ହେବା ପର୍ଯ୍ୟନ୍ତ ଆରଏସପି ଜାଗାରେ ପ୍ରକଳ୍ପ ନ କରିବାକୁ ଜାତୀୟ ଜନଜାତି କମିସନ ଜିଲ୍ଲାପାଳଙ୍କୁ ନିର୍ଦେଶ ଦେଇଥିଲେ।

The post ହୋଲସେଲ କୃଷକ ବଜାର ନିର୍ମାଣକୁ ବିରୋଧ, ଉତ୍ତେଜନା first appeared on Sambad.

from ଜିଲ୍ଲା | Sambad https://ift.tt/3icZ35F