ବୀରମହାରାଜପୁର/ ସୋନପୁର : ସୋନପୁର ଆଇଟିଆଇର ଚଳିତ ଶିକ୍ଷା ବର୍ଷର କୌଣସି ବ୍ୟାକ୍ ପରୀକ୍ଷା ହୋଇ ନ ଥିବା ଏବଂ ଆଜି ଯାଏ ଛାତ୍ରଛାତ୍ରୀଙ୍କୁ ଉତ୍ତୀର୍ଣ୍ଣ ସାର୍ଟିଫିକେଟ ପ୍ରଦାନ କରି ନଥିବାରୁ ଛାତ୍ରଛାତ୍ରୀମାନେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଆଗରେ ଧାରଣା ଦେଇଥିଲେ। ପରେ ଜିଲ୍ଲାପାଳ ଆବୋଲି ସୁନୀଲ ନରଭଣେଙ୍କ ଜରିଆରେ ଆଇଟିଆଇ ଡିଜିଟିଙ୍କୁ ଏକ ଦାବିପତ୍ର ପ୍ରଦାନ କରିଛନ୍ତି।

ଛାତ୍ରଛାତ୍ରୀଙ୍କ ଦୀର୍ଘ ବର୍ଷର ବ୍ୟାକ୍ ପେପର ଗୁଡିକରେ ଗ୍ରେସ ମାର୍କ ଦେଇ ସମସ୍ତଙ୍କୁ ଉତ୍ତୀର୍ଣ୍ଣ କରିବା, ସମସ୍ତ ଛାତ୍ରଛାତ୍ରୀଙ୍କୁ ତୁରନ୍ତ ଉତ୍ତୀର୍ଣ୍ଣ ସାର୍ଟିଫିକେଟ ପ୍ରଦାନ କରିବା ଓ ସରକାରୀ କ୍ଷେତ୍ରରେ ସେମାନଙ୍କୁ ନିଯୁକ୍ତିର ସୁଯୋଗ ଦେବାକୁ ଏହି ଦାବିପତ୍ରରେ ଉଲ୍ଲେଖ ରହିଛି। ଡିଜିଟିଙ୍କ ସହ ପରାମର୍ଶ କରି ଖୁବ୍‌ ଶୀଘ୍ର ଏସବୁ ସମସ୍ୟାର ସମାଧାନ କରିବାକୁ ଜିଲ୍ଲାପାଳ ଛାତ୍ରମାନଙ୍କୁ ପ୍ରତିଶ୍ରୁତି ଦେଇଥିଲେ। ଏହି ଧାରଣାରେ ଆଇଟିଆଇର ଛାତ୍ର ସୁରଜ୍ ବିଶୋଇ, ଅଜିତ୍ ମିଶ୍ର, ଦେବରାଜ ନାଏକ, ହିମାଂଶୁ ଦନ୍ତା, ରୁଷି ଭୋଇ ଓ ଉଦ୍ଧବ ସାହୁଙ୍କ ସମେତ ବହୁ ଛାତ୍ର ସାମିଲ ଥିଲେ।

The post ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଆଗରେ ଆଇଟିଆଇ ଛାତ୍ରଙ୍କ ଧାରଣା first appeared on Sambad.

from ଜିଲ୍ଲା | Sambad https://ift.tt/2UAsK8E