ବୀରମହାରାଜପୁର/ସୋନପୁର : ସୁବର୍ଣ୍ଣପୁର ଜିଲ୍ଲା ସୋନପୁର ଥାନା ଡୁଙ୍ଗୁରିପାଲି ଗାଁରେ ଜଣେ ଯୁବକଙ୍କୁ ଗ୍ରାମର କିଛି ବ୍ୟକ୍ତି ସଂଘବଦ୍ଧ ଆକ୍ରମଣ କରିଥିବା ଜଣାପଡ଼ିଛି। ଆହତ ଯୁବକ ସୋନପୁର ସହରର ହେମନ୍ତ ବାଗ ବୁର୍ଲା ଭିମ୍‌ସାର୍‌ରେ ଚିକିତ୍ସାଧୀନ ଅଛନ୍ତି।

ସୂଚନା ଅନୁସାରେ ଗୁରୁବାର ସଂଧ୍ୟାରେ ହେମନ୍ତ ତାଙ୍କ ୨ ଜଣ ସାଙ୍ଗଙ୍କ ସହ ବାଇକରେ ଡୁଙ୍ଗୁରିପାଲି ଗାଁକୁ ଯାଇଥିଲେ। ସେଠାରେ ସେମାନେ କୌଣସି କାରଣରୁ ଗାଁ ଲୋକଙ୍କ ସହ ଝଗଡ଼ା କରିଥିଲେ। ପରେ ଗ୍ରାମବାସୀ ଉତ୍ୟକ୍ତ ହୋଇ ହେମନ୍ତଙ୍କୁ ପ୍ରାଣାନ୍ତକ ଆକ୍ରମଣ କରିଥିଲେ। ହେମନ୍ତଙ୍କ ସାଙ୍ଗମାନେ ଭୟରେ ସେଠାରୁ ଫେରାର ମାରିଥିଲେ। ପରେ ଗୁରୁତର ଅବସ୍ଥାରେ ହେମନ୍ତଙ୍କୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ଅଣାଯାଇଥିଲା। ଅବସ୍ଥା ସଂକଟାପନ୍ନ ହେବାରୁ ତାଙ୍କୁ ଡାକ୍ତର ବୁର୍ଲା ବଡ ମେଡିକାଲକୁ ସ୍ଥାନାନ୍ତର କରିଛନ୍ତି। ଏହାକୁ ନେଇ ଗ୍ରାମରେ ଚାପା ଉତ୍ତେଜନା ଲାଗି ରହିଛି।

ସୋନପୁର ପୁଲିସ ଫୋର୍ସ ସହ ଡୁଙ୍ଗୁରିପାଲି ଗ୍ରାମରେ ପହଞ୍ଚି ଘଟଣାକୁ ନିୟନ୍ତ୍ରଣ କରିଥିବା ଜଣାଯାଇଛି। ଘଟଣା ପରେ ଆକ୍ରମଣକାରୀମାନେ ଗାଁରୁ ଫେରାର ହୋଇଯାଇଛନ୍ତି। ପୁଲିସ ଘଟଣାର ତଦନ୍ତ କରୁଛି। କେଉଁ କାରଣରୁ ଏହି ଘଟଣା ହୋଇଛି ତାହା ସ୍ପଷ୍ଟ ଜଣାପଡ଼ି ନାହିଁ।

The post ଯୁବକଙ୍କୁ ସଂଘବଦ୍ଧ ଆକ୍ରମଣ, ଗୁରୁତର ଅବସ୍ଥାରେ ମେଡିକାଲରେ ଭର୍ତ୍ତି first appeared on Sambad.

from ଜିଲ୍ଲା | Sambad https://ift.tt/3jZgBED