ଭବାନୀପାଟଣା : ଭବାନୀପାଟଣା ସହରରେ ଗୁରୁବାର କୋଭିଡ୍‌ ଆଇନ ଉଲ୍ଲଂଘନ କରାଯାଇ ବିବାହ ଚାଲିଥିଲା। ଜିଲ୍ଲା ପ୍ରଶାସନ ପକ୍ଷରୁ ଚଢ଼ଉ କରାଯାଇ ୨୦ ହଜାର ଟଙ୍କା ଜରିମାନା ଆଦାୟ କରାଯାଇଛି।

ସହରର ବଜାର ପଡ଼ାର ରାଜେଶ ଅଗ୍ରୱାଲଙ୍କ ପୁଅ ବାହାଘର ରେଳ ଷ୍ଟେସନ ନିକଟ ଏସ୍‌ଏନ୍‌ କନଫରେନ୍ସ ହଲ୍‌ରେ ଚାଲିଥିଲା। କୋଭିଡ୍‌ କଟକଣା ଯୋଗୁଁ ୨୫ ଲୋକ ବିବାହରେ ଉପସ୍ଥିତ ରହିବା ପାଇଁ ଅନୁମତି ଥିବାବେଳେ, ସେଠାରେ ୧୦୦ରୁ ଊର୍ଦ୍ଧ୍ବ ଲୋକ ଉପସ୍ଥିତ ଥିଲେ। ଜିଲ୍ଲା ପ୍ରଶାସନ ପକ୍ଷରୁ କଳାହାଣ୍ଡି ତହସିଲଦାର ଉପେନ୍ଦ୍ର ଲୁହା, ମ୍ୟୁନିସିପାଲିଟି ନିର୍ବାହୀ ଅଧିକାରୀ ବିଶ୍ବମ୍ବର ମିଶ୍ର, ଟାଉନ୍‌ ଥାନା ଆଇଆଇସି ପ୍ରଦୀପ ଧରୁଆ, ସଦର ଥାନା ଆଇଆଇସି ବାସୁଦେବ ଛତ୍ରିଆଙ୍କ ନେତୃତ୍ବରେ ଏକ ଟିମ୍‌ ଚଢ଼ଉ କରିଥିଲେ। ରାଜେଶ ଅଗ୍ରୱାଲଙ୍କ ଠାରୁ ୨୦ ହଜାର ଟଙ୍କା ଜରିମାନା ଆଦାୟ ହୋଇଛି।

The post କୋଭିଡ୍‌ ଆଇନ୍‌ ଉଲ୍ଲଂଘନ: ବିବାହ ମଣ୍ଡପରେ ଚଢ଼ଉ, ୨୦ ହଜାର ଜରିମାନା first appeared on Sambad.

from ଜିଲ୍ଲା | Sambad https://ift.tt/2UQx57w