ବଲାଙ୍ଗୀର : ବଲାଙ୍ଗୀରରେ ମାଓବାଦୀ ଓ ପୁଲିସର ଛକାପଞ୍ଝା ଲାଗିରହିଛି। କିଛିଦିନର ନିରବତା ପରେ ପୁଣି ଖପ୍ରାଖୋଲ ବ୍ଲକ୍‌ ଅଞ୍ଚଳରେ ମାଓବାଦୀଙ୍କ ଚଳପ୍ରଚଳ ଆରମ୍ଭ ହୋଇଛି। ଏନେଇ ବିଶେଷ ସୂତ୍ରରୁ ଖବର ପାଇବା ପରେ ବଲାଙ୍ଗୀର ପୁଲିସ ଗୁଇନ୍ଦା ବିଭାଗକୁ ସତର୍କ କରିଥିଲା।

ବିଶ୍ବସ୍ତ ସୂତ୍ରରୁ ମିଳିଥିବା ସୂଚନା ଅନୁସାରେ, ପୁଲିସ ମାଓବାଦୀ ସନ୍ଦେହରେ ଜଣକୁ ଅଟକ ରଖି ତଦନ୍ତ କରୁଥିବା ସୂଚନା ମିଳିଛ। ସାଧା ପୋଷାକରେ ଯାଇ ଖପ୍ରାଖୋଲ ଓ ପାଟଣାଗଡ଼ ଥାନା ପୁଲିସ ମିଳିିତ ଭାବେ ଚଢ଼ଉ କରି ତାକୁ ଧରିଥିବା ଚର୍ଚ୍ଚା ହେଉଛି। ଏସ୍‌ପି ନିତିନ କୁଶଲକର କିନ୍ତୁ ଘଟଣା ସଂପର୍କରେ କିଛି କହିବାକୁ ମନା କରୁଛନ୍ତି। ସେ କହିଛନ୍ତି, ଏହି ପ୍ରସଙ୍ଗରେ ସେ କୌଣସି ପ୍ରତିକ୍ରିୟା ଦେଇ ପାରିବେ ନାହିଁ। ଯଦି କିଛି ଅଛି ପରବର୍ତ୍ତୀ ସମୟରେ ଜଣାଇବେ ବୋଲି କହିଛନ୍ତି।

ସୂଚନାଯୋଗ୍ୟ ଯେ, ଖପ୍ରାଖୋଲ ବ୍ଲକ୍‌ ଗନ୍ଧମାର୍ଦ୍ଦନ ଜଙ୍ଗଲରେ ମାଓବାଦୀଙ୍କ ଉପସ୍ଥିତି ବହୁବର୍ଷ ହେଲା ରହିଛି। ବିଭିନ୍ନ ସମୟରେ ମାଓ କ୍ୟାମ୍ପ ଠାବ ହୋଇଛି। ମାଓବାଦୀ ପୁଲିସ ମହାଁମୁହିଁ ହୋଇଛନ୍ତି। ଏଥର କିନ୍ତୁ, ମାଓ-ପୁଲିସ ସାମନାସାମନି ନହୋଇ ମାଓବାଦୀ ସହରକୁ ଆସିଥିବା ସନ୍ଦେହରେ ପୁଲିସ ଜଣକୁ ଅଟକ ରଖି ପଚରା ଉଚରା କରୁଥିବା ସୂଚନା ମିଳିଛି।

The post ମାଓ ସନ୍ଦେହରେ ଜଣେ ଅଟକ! first appeared on Sambad.

from ଜିଲ୍ଲା | Sambad https://ift.tt/3rhg0zW