
ପୁରୀ : ଚଳିତବର୍ଷ ରଥଯାତ୍ରାରେ ବଡ଼ଦାଣ୍ଡ ଲୋକଙ୍କୁ ରଥଯାତ୍ରା କଟକଣାରେ କିଛିଟା କୋହଳ କରାଯାଇଛି। ଗତବର୍ଷ ରଥଯାତ୍ରା ସମୟରେ ପୁଲିସ ପ୍ରଶାସନ କାହାରିକୁ ଘରୁ ବାହାରିବାକୁ ଦେଉନଥିଲା। ଛାତ ଉପରେ ଛିଡ଼ା ହୋଇ କେହି ବି ରଥଯାତ୍ରା ଦେଖି ପାରିନଥିଲେ। ଯେଉଁମାନେ ଦେଖିବାକୁ ଚେଷ୍ଟା କରିଥିଲେ, ସେମାନଙ୍କୁ ପୁଲିସ ଗୋଡ଼ାଇ ଗୋଡ଼ାଇ ପିଟିଥିଲା। ଚଳିତବର୍ଷ କିନ୍ତୁ ଏହି କଟକଣାରେ କୋହଳ କରାଯାଇଛି। ବଡ଼ଦାଣ୍ଡରେ ଯେଉଁମାନଙ୍କ ଘର ରହିଛି, ସେମାନେ ନିଜ ଛାତ ଉପରୁ ଶୃଙ୍ଖଳାର ସହ ରଥଯାତ୍ରା ଦେଖିପାରିବେ। ବିଶୃଙ୍ଖଳିତ ହେଲେ ବିହିତ କାର୍ଯ୍ୟାନୁଷ୍ଠାନ ହେବ ବୋଲି ଜିଲ୍ଳାପାଳ ସମର୍ଥ ବର୍ମା କହିଛନ୍ତି।
ଶ୍ରୀ ବର୍ମା କହିଛନ୍ତି କି ବଡ଼ଦାଣ୍ଡ ସଂଲଗ୍ନ କେତେ ଘର ରହିଛି ଓ ପ୍ରତି ପରିବାରରେ କେତେ ସଦସ୍ୟ ରହିଛନ୍ତି, ତାର ସର୍ଭେ ଆରମ୍ଭ ହୋଇଛି। ଦିନେ ଦୁଇଦିନ ଭିତରେ ଏହି ସର୍ଭେ କାମ ଶେଷ ହୋଇଯିବ। ଆମ ପାଖରେ ଏକ ସବିଶେଷ ତାଲିକା ରହିବ। ସେହି ଅନୁସାରେ ବଡ଼ଦାଣ୍ଡ ଉପରେ ଘର ଥିବା ଲୋକେ ନିଜ ନିଜ ପରିବାର ସଦସ୍ୟଙ୍କ ସହ ରଥଯାତ୍ରା ଦେଖିପାରିବେ। କିନ୍ତୁ ବାହାର ଲୋକ ତଥା ସଂପର୍କୀୟଙ୍କୁ ଅନୁମତି ମିଳିବନି। ସଂପର୍କୀୟମାନେ ଆସି କାହାରି ଘରେ ରହିଥିବା ଜଣାପଡ଼ିଥିଲେ କାର୍ଯ୍ୟାନୁଷ୍ଠାନ ହେବ ବୋଲି ଜିଲ୍ଲାପାଳ ଶ୍ରୀ ବର୍ମା କହିଛନ୍ତି।
The post ବଡ଼ଦାଣ୍ଡ ଲୋକଙ୍କୁ ରଥଯାତ୍ରା କଟକଣା କୋହଳ, ଛାତ ଉପରୁ ଦେଖିପାରିବେ ରଥଯାତ୍ରା first appeared on Sambad.from ଜିଲ୍ଲା | Sambad https://ift.tt/2SHEzJB
0 Comments