କଲମପୁର : ଜୟପାଟଣା ଥାନା ବଡ଼କୁଟରୁ ଫାଣ୍ଡି ମିନଗୁର ପଞ୍ଚାୟତ ଭଇଁରୀ ଗ୍ରାମ ନିକଟରୁ ଶ୍ରମିକଙ୍କ ସନ୍ଦେହଜନକ ଅବସ୍ଥାରେ ମୃତଦେହ ଉଦ୍ଧାର କରାଯାଇଛି। ମୃତ ଶ୍ରମିକ ମୋଟେର ଗ୍ରାମର ବୁଦୁ ଶବର (୫୦ ବର୍ଷ) ବୋଲି ଜଣାପଡ଼ିଛି।

ସୂଚନାନୁସାରେ ପ୍ରଧାନମନ୍ତ୍ରୀ ସଡ଼କ ନିର୍ମାଣ ପାଇଁ ହୋଇଥିବା କ୍ୟାମ୍ପ୍‌ରେ ଏହି ଶ୍ରମିକ ରହୁଥିଲେ। ଗୁରବାର ସକାଳୁ କ୍ୟାମ୍ପ ନିକଟ ଚାଷଜମିରେ ତାଙ୍କ ମୃତଦେହ ପଡ଼ିଥିବା ଦେଖି ଗ୍ରାମବାସୀ ଠିକାଦାର ଏବଂ ପୁଲିସକୁ ସୂଚନା ଦେଇଥିଲେ। ଜୟପାଟଣା ଥାନା ଭାରପ୍ରାପ୍ତ ଅଧିକାରୀ ରଶ୍ମିତା ପ୍ରଧାନ, କଲମପୁର ଫାଣ୍ଡି ଅଧିକାରୀ ଅଶୋକ ପ୍ରଧାନ ଘଟଣାସ୍ଥଳକୁ ଆସି ଶବ ଜବତ କରିଥିଲେ। ପୁଲିସ ସୂଚନାନୁସାରେ, ଗୁରବାର ସକାଳୁ ବୁଦୁ ଶୌଚ ହେବା ପାଇଁ ଯାଇଥିଲେ। ପାରିପାର୍ଶ୍ବିକ ସ୍ଥିତିକୁ ଅନୁଧ୍ୟାନ କଲାପରେ ହୃଦ୍‌ଘାତଜନିତ ମୃତ୍ୟୁ ହୋଇଥିବା ଅନୁମାନ କରାଯାଉଛି। କ୍ୟାମ୍ପରେ ଶୋଇଥିବା ଅନ୍ୟ ଜଣେ ବ୍ୟକ୍ତି ପୁଲିସ୍‌ରେ ଲିଖିତ ଅଭିଯୋଗ କରିଛନ୍ତି। କେସ୍‌ ନଂ ୧୪/୨୧ରେ ଏକ ମାମଲା ରୁଜୁ ହୋଇ ତଦନ୍ତ ଆରମ୍ଭ କରାଯାଇଛି। ବ୍ୟବଚ୍ଛେଦ ପାଇଁ ଜୟପାଟଣା ଚିକିତ୍ସାଳୟକୁ ପଠାଯିବା ପରେ ପରିବାରକୁ ଶବ ହସ୍ତାନ୍ତର କରାଯାଇଛି।

The post ଶ୍ରମିକଙ୍କ ସନ୍ଦେହଜନକ ମୃତ୍ୟୁ first appeared on Sambad.

from ଜିଲ୍ଲା | Sambad https://ift.tt/3AlM3CQ