
ସିନାପାଲି : ଖଡ଼ିଆଳ ଡିଏଫ୍ଓଙ୍କୁ ସିନାପାଲି ବ୍ଲକ୍ ନଙ୍ଗଲବୋଡ଼ର ଅଧିବାସୀମାନେ ସୋମବାର ମଧ୍ୟାହ୍ନରେ ୨ ଘଣ୍ଟା ଅଟକ ରଖିଥିଲେ। ୨୦୦୬ ଗୋଷ୍ଠୀ ଜଙ୍ଗଲ ସମ୍ବଳ ଅଧିକାର ଦେବା ପାଇଁ ସ୍ଥାନୀୟ ବାସିନ୍ଦା ଦାବି କରିଥିଲେ। ଆସନ୍ତା ୨୪.୭.୨୦୨୧ରେ ଅଞ୍ଚଳବାସୀଙ୍କୁ ନେଇ ଏକ ସଭା କରାଯିବ। ଉକ୍ତ ସଭାରେ ଏନେଇ ଆଲୋଚନା କରାଯିବ ବୋଲି କହିବା ପରେ ଡିଏଫ୍ଓ ବିବେକ କୁମାରଙ୍କୁ ରାସ୍ତା ଛଡ଼ା ଯାଇଥିଲା।
ନୂଆପଡ଼ା ଜିଲ୍ଲାର ଆଦିବାସୀମାନେ ଅନେକ ଦିନ ହେବ ଜଙ୍ଗଲ ଅଧିକାର ଆଇନ୍ ୨୦୦୬ର କାର୍ଯ୍ୟକାରୀ ପାଇଁ ସଂଘର୍ଷ କରୁଛନ୍ତି। ଜିଲ୍ଲା ପ୍ରଶାସନ ଏହି ଆଇନକୁ କାର୍ଯ୍ୟକାରୀ କରିବାକୁ ଚାହୁଥିବା ବେଳେ ବନ ବିଭାଗ କଣ୍ଟା ସାଜୁଛି। ଏଥିପାଇଁ ଆଦିବାସୀମାନେ ଆନ୍ଦୋଳନର ରାସ୍ତା ଧରିଛନ୍ତି। ବନ ବିଭାଗର ଅଧିକାରୀଙ୍କୁ ଜିଲ୍ଲାର ଜଙ୍ଗଲ ନିକଟରେ ଥିବା କୌଣସି ଗ୍ରାମକୁ ପ୍ରବେଶ ନକରାଇବାକୁ ପୋଷ୍ଟର ଛାପି କାନ୍ଥବାଡ଼ରେ ଲଗାଇଛନ୍ତି। ନଙ୍ଗଲବୋଡ଼ବାସୀ ଡିଏଫ୍ଓ ଏହି ବ୍ଲକ୍ର ଛତିଶଗଡ଼ ସୀମା ସିନ୍ଦୁରସିଲ ଗ୍ରାମକୁ ଯିବା କଥା ସୂଚନା ପାଇବା ପରେ ନଙ୍ଗଲବୋଡ଼ ରାସ୍ତାରେ ଗଛ ପକାଇ ରାସ୍ତାରେ ଜଗି ରହିଥିଲେ। ଡିଏଫ୍ଏ ଫେରୁଥିବା ସମୟରେ ତାଙ୍କୁ ଅଟକ ରଖାଯାଇ ପ୍ରାୟ ୨ ଘଣ୍ଟା ଆଲୋଚନା କରାଯାଇଥିଲା। ଦାବି ପୂରଣ ହେବାଯାଏ ଆନ୍ଦୋଳନ ହେବ ବୋଲି ଜଗଦୀଶ ମାଝି, ଅର୍ଜୁନ ମାଝି, ଯୁଧିଷ୍ଠିର ମାଝି, ମେଘନାଥ ଖରସେଲ, ପଦମନ ମାଝି, ଜଗଦୀଶ ବାଗ, ତ୍ରିପନ ମାଝି, କୁମ ମାଝି, ହଳଧର ମାଝି, ବିରଞ୍ଚି ମାଝି ଚେତାବନୀ ଦେଇଛନ୍ତି।
The post ଖଡ଼ିଆଳ ଡିଏଫ୍ଓଙ୍କୁ ୨ ଘଣ୍ଟା ଅଟକ ରଖିଲେ ଗ୍ରାମବାସୀ first appeared on Sambad.from ଜିଲ୍ଲା | Sambad https://ift.tt/3wQR976
0 Comments