ଭବାନୀପାଟଣା : ଓଡ଼ିଶା ଅଭିଭାବକ ମହାସଂଘ କଳାହାଣ୍ଡି ଶାଖା ପକ୍ଷରୁ କୋଭିଡ୍‌ ସମୟରେ ଘରୋଇ ବିଦ୍ୟାଳୟ କରୁଥିବା ଶୋଷଣ ଓ ଅନ୍ୟାୟ ବିରୋଧରେ ଜିଲ୍ଲା ଆବାହକ ନିହାର ରଞ୍ଜନ ମିଶ୍ରଙ୍କ ନେତୃତ୍ବରେ ଆଜି ଡିଇଓ ସୁଶାନ୍ତ ଚୋପଦାରଙ୍କୁ ଦାବିପତ୍ର ପ୍ରଦାନ କରାଯାଇଛି।

ଟିଉସନ ଫି ଓ ଅନ୍ୟାନ୍ୟ ଆନୁଷ୍ଠାନିକ ଫି ୨୦୧୯-୨୦ ପାଇଁ ଛାଡ଼ କରିବା ଓ ୨୦୨୦-୨୧ରେ ପରବର୍ତ୍ତୀ ଫି ବୃଦ୍ଧି ନ କରିବା ପାଇଁ ସଂଘ ହାଇକୋର୍ଟର ଆଶ୍ରୟ ନେଇଥିଲେ। ୧୫ ପ୍ରତିଶତ ଟିଉସନ୍‌ ଫି ଛାଡ଼ ପାଇଁ ମାନ୍ୟବର ହାଇକୋର୍ଟ କହିଥିଲେ ହେଁ ଏହାକୁ କାର୍ଯ୍ୟକାରୀ କରିବାରେ ଟାଳଟୁଳ ନୀତି ଅବଳମ୍ବନ କରାଯାଉଥିବା ଅଭିଯୋଗ ହେଉଛି। କଳାହାଣ୍ଡି ସଂଘ ପକ୍ଷରୁ ବଟକୃଷ୍ଣ ଆଚାରୀ, ଜିତୁ ପ୍ରସାଦ ନାଏକ, ହେମନ୍ତ ଛତ୍ରିଆ ପ୍ରମୁଖ ସାମିଲ ହୋଇଥିଲେ।

The post ଘରୋଇ ସ୍କୁଲ ଫି’ ନେଇ ଅଭିଭାବକ ସଂଘର ଦାବିପତ୍ର first appeared on Sambad.

from ଜିଲ୍ଲା | Sambad https://ift.tt/3iHsjBV