
ବାରିପଦା : ମହାମାରୀ କରୋନା ପାଇଁ ଦ୍ବିତୀୟ ଶ୍ରୀକ୍ଷେତ୍ର ବାରିପଦାରେ ଏ ବର୍ଷ ଶ୍ରୀଜଗନ୍ନାଥଙ୍କ ରଥଯାତ୍ରା ହୋଇପାରିବ ନାହିଁ। ଏହାକୁ ବିରୋଧ କରି ବାରିପଦାର ସେବାୟତ, ଜନସାଧାରଣ, କିଛି ସାମାଜିକ ଅନୁଷ୍ଠାନ ଧାରଣା ଦେବା ସହିତ ଜିଲ୍ଲାପାଳଙ୍କୁ ଏ ପ୍ରସଙ୍ଗରେ ଦାବିପତ୍ର ପ୍ରଦାନ କରି ହାଇକୋର୍ଟରେ ଆବେଦନ କରିଥିଲେ। ତେବେ ମାନ୍ୟବର ହାଇକୋର୍ଟ ରଥଯାତ୍ରା ପାଇଁ ମନା କରିବା ପରେ ମାମଲା ଯାଇ ପହଞ୍ଚିଛି ସୁପ୍ରିମକୋର୍ଟରେ। ଆଇନଜୀବୀ ଆକାଶ ଶର୍ମା, ଅଖିଳେଶ କୁମାର ଶ୍ରୀବାସ୍ତବ, ଅଭିଜ୍ଞ ଖୁସ୍ୱା ଏହି ମାମଲା ଲଢୁଛନ୍ତି। ଆସନ୍ତା ୬ ତାରିଖରେ ସୁପ୍ରିମକୋର୍ଟରେ କେଉଁ ବିଚାରପତିଙ୍କ ଖଣ୍ଡପୀଠରେ ଏହା ଶୁଣାଣି ହେବ ତାହା ଧାର୍ଯ୍ୟ ହେବାକୁ ଥିବା ବେଳେ ୯ ତାରିଖରେ ମାମଲାର ଶୁଣାଣି ହେବ ବୋଲି ଜଣାଯାଇଛି।
The post ସୁପ୍ରିମ୍ କୋର୍ଟରେ ବାରିପଦା ରଥଯାତ୍ରା ମାମଲା: ୯ରେ ଶୁଣାଣି first appeared on Sambad.from ଜିଲ୍ଲା | Sambad https://ift.tt/3dKgMQl
0 Comments