
ଜଗତସିଂହପୁର : ଆସନ୍ତା ୭ରୁ ତିନି ବନ୍ଦରକୁ ଅନିର୍ଦ୍ଦିଷ୍ଟ କାଳ ପର୍ଯ୍ୟନ୍ତ ଲୁହାପଥର ପରିବହନ ବନ୍ଦ ହେବ। ଏ ନେଇ ରବିବାର ପାରାଦୀପରେ ରାଜ୍ୟ ଟ୍ରକ୍ ମାଲିକ ସଂଘର ଅନୁଷ୍ଠିତ ଏକ ଗୁରୁତ୍ବପୂର୍ଣ୍ଣ ବୈଠକରେ ନିଷ୍ପତ୍ତି ନିଆଯାଇଛି। ନିଷ୍ପତ୍ତି ଅନୁସାରେ, ଆସନ୍ତା ୭ ତାରିଖରୁ ପାରାଦୀପ, ଗୋପାଳପୁର ଓ ଭାଇଜାଗ୍ ତିନି ବନ୍ଦରକୁ ମାଲ୍ ପରିବହନ ଅନିର୍ଦ୍ଦିଷ୍ଟ କାଳ ପର୍ଯ୍ୟନ୍ତ ବନ୍ଦ ରଖାଯିବ। ଦର ବୃଦ୍ଧି ପ୍ରତି ଧ୍ୟାନ ନ ଦେଲେ ଆସନ୍ତା ୧୨ ତାରିଖରୁ ରାଜ୍ୟ ମଧ୍ୟରେ ହେଉଥିବା ବିଭିନ୍ନ ପ୍ଲାଣ୍ଟକୁ ରପ୍ତାନୀ ମଧ୍ୟ ବନ୍ଦ ପାଇଁ ବୈଠକରେ ନିଷ୍ପତ୍ତି ହୋଇଛି।
The post ୭ରୁ ତିନି ବନ୍ଦରକୁ ଅନିର୍ଦ୍ଦିଷ୍ଟ କାଳ ପର୍ଯ୍ୟନ୍ତ ଲୁହାପଥର ପରିବହନ ବନ୍ଦ first appeared on Sambad.from ଜିଲ୍ଲା | Sambad https://ift.tt/2SSquZW
0 Comments