ବାଲେଶ୍ୱର : ସିମୁଳିଆ ଥାନା ଗୋଆଗଡ଼ିଆ ନିକଟରେ ଏକ ଗୋରୁ ବୋଝେଇ ପିକଅପ୍ ଜବତ ହୋଇଛି। ତେବେ ଗାଡ଼ିର ଡ୍ରାଇଭର ଫେରାର ହୋଇ ଯାଇଛନ୍ତି।

ଗତକାଲି ବିଳମ୍ବିତ ରାତିରେ ଏକ ଗୋରୁ ବୋଝେଇ ଗାଡ଼ି ବେତଡ଼ା ଦେଇ ବାଲେଶ୍ଵର ଅଭିମୁଖେ ଯାଉଥିଲା। ଗୋଆଗଡ଼ିଆ ନିକଟରେ ସ୍ଥାନୀୟ ଗ୍ରାମବାସୀ ଗାଡ଼ିକୁ ଅଟକାଇ ସିମୁଳିଆ ପୁଲିସକୁ ଖବର ଦେଇଥିଲେ। ଖବର ପାଇ ସିମୁଳିଆ ପୁଲିସ ଘଟଣା ସ୍ଥଳରେ ପହଞ୍ଚି ଗାଡ଼ି ଜବତ କରିବା ସହ ୧୦ ଗୋରୁଙ୍କୁ ମଇତାପୁର ଗୋଶାଳାକୁ ନେଇ ଛାଡ଼ି ଥିଲା। ଗାଡ଼ିର ଡ୍ରାଇଭର ଅନ୍ଧାରର ସୁଯୋଗ ନେଇ ଫେରାର ହୋଇଥିଲେ।

The post ଗୋରୁ ବୋଝେଇ ପିକଅପ୍ ଜବତ, ଡ୍ରାଇଭର ଫେରାର first appeared on Sambad.

from ଜିଲ୍ଲା | Sambad https://ift.tt/2VkYNcM