
ସମ୍ବଲପୁର: ବାମରା ବ୍ଲକ ପିଣ୍ଡାପଥର ପଞ୍ଚାୟତ ସଦର ଗାଁ ମୁଣ୍ଡରେ ଥିବା ଏକ ଯାତ୍ରୀବାହୀ ବସ ମଝି ନଈରେ ଭାରସାମ୍ୟ ହରାଇ ଅଟକି ଯିବା ଘଟଣା ଅଞ୍ଚଳରେ ଚର୍ଚ୍ଚାର ବିଷୟ ହୋଇଛି।
ସୂଚନା ଅନୁସାରେ ଆଜି ଅପରାହ୍ନ ପ୍ରାୟ ତିନିଟା ସମୟରେ ରାଉରକେଲାରୁ ସୋଲ ଯାଇଥିବା ଯାତ୍ରୀବାହୀ ତାଜ ବସ ସଂଖ୍ୟା ଓଡି୧୬ଏ୨୩୭୭ ପିଣ୍ଡାପଥର ଗାଁ ନିକଟସ୍ଥ ପୋଲ ଉପରେ ଗତି କରୁଥିବାବେଳେ ହଠାତ ଭାରସାମ୍ୟ ହରାଇ ବସିଥିଲା। ପୋଲ ଉପରେ ପ୍ରାୟ ୩ ଫୁଟ ବନ୍ୟା ପାଣି ପ୍ରବାହିତ ହେଉଥିଲା। ମାତ୍ର ବସ ଚାଳକ ପୋଲକୁ ଅତିକ୍ରମ କରିଯିବାର ଭୁଲ ଆକଳନ କରି ଅତିକ୍ରମ ପାଇଁ ଚେଷ୍ଟା କରିଥିଲେ। ମାତ୍ର ପୋଲ ମଝିରେ ବସ ଭାରସାମ୍ୟ ହରାଇ ଦେଇଥିଲା। ମାତ୍ର ସୌଭାଗ୍ୟବଶତଃ ପୋଲର ପାର୍ଶ୍ୱ ଖମ୍ବରେ ଲାଗି ବସଟି ରହିଯାଇଥିଲା। ଆଖପାଖରେ ଥିବା ଲୋକେ ତୁରନ୍ତ ସାହସର ପରିଚୟ ଦେଇ ବସଯାତ୍ରୀଙ୍କୁ ଉଦ୍ଧାର କରିଥିଲେ। ପରେ ଏକ ଜେସିବି ମାଧ୍ୟମରେ ବସଟିକୁ ବାହାର କରାଯାଇଥିଲା।
The post ମଝି ନଈରେ ଅଟକିଲା ବସ, ଅଳ୍ପକେ ବର୍ତ୍ତିଲେ ଯାତ୍ରୀ first appeared on Sambad.from ଜିଲ୍ଲା | Sambad https://ift.tt/3rFMi7N
0 Comments