
ଆନନ୍ଦପୁର : ବୈତରଣୀ ନଦୀଘାଟକୁ ବଣଭୋଜି କରିବାକୁ ଆସି ସେଲ୍ଫି ଉଠାଇବାବେଳେ ଭାସି ଯାଇଥିବା ଝାଡ଼ଖଣ୍ଡ ଚାଇଁବସାର ଶ୍ରୀରାମ ମୁନ୍ଦ୍ରା (୨୦)ଙ୍କ ମୃତଦେହ ଶନିବାର ଉଦ୍ଧାର କରାଯାଇଛି। ଗତକାଲି ସନ୍ଧ୍ୟାରେ ମୃତଦେହ ସୁନାମୁହିଁ ଦାମୋଦର ଘାଟଠାରୁ ପ୍ରାୟ ୮କିମି ଦୂର ପନାସିଝରଣ ଗ୍ରାମ ନିକଟରେ ଠାବ କରାଯାଇଥିଲା।
ଆନନ୍ଦପୁର ଅଗ୍ନିଶମ ଅଧିକାରୀ ପ୍ରତାପ ଚନ୍ଦ୍ର ସିଂହ, ବିଭାଗୀୟ କର୍ମଚାରୀ ଭୁବନାନନ୍ଦ ବାରିଆ, ହିମାଂଶୁ ସ୍ବାଇଁ, ଦୀପ୍ତିରଂଜନ ମହାରଣା, ମହାବୀର ବରାଳ, ରିସାଲ ଚନ୍ଦ୍ର ବଦ୍ରା ପ୍ରମୁଖ ୧୮ କିମି ବାଟ ଚାଲିଚାଲି ଯାଇ ମୃତଦେହ ଚିହ୍ନଟ କରିଥିଲେ। ତେବେ ପାହାଡ଼ିଆ ରାସ୍ତାରେ ମୃତଦେହ ଆଣିବା ସମ୍ଭବ ହୋଇନଥିଲା। ଶନିବାର ଦିନ ଯାଜପୁରରୁ ଆସିଥିବା ଓଡ୍ରାଫ୍ ଟିମ୍ ସହାୟତାରେ ଶବ ଉଦ୍ଧାର କରାଯାଇଛି। ଓଡ୍ରାଫ୍ ଟିମ୍ ଏବଂ ଆନନ୍ଦପୁର ପୁଲିସ ଏକ ବୋଟ୍ରେ ସିଂହନାଳି ପାୱାର ପ୍ରୋଜେକ୍ଟର ଜଳଭଣ୍ଡାର ଦେଇ ଯାଇ ଦିନ ପ୍ରାୟ ଗୋଟାଏବେଳେ ଶବ ଉଦ୍ଧାର କରିଥିଲେ। ଆନନ୍ଦପୁର ଉପଖଣ୍ଡ ଡାକ୍ତରଖାନାରେ ବ୍ୟବଚ୍ଛେଦ ପରେ ପରିବାର ଲୋକଙ୍କୁ ଶବ ହସ୍ତାନ୍ତର କରାଯାଇଛି।
The post ନିଖୋଜ ଯୁବକଙ୍କ ଶବ ଉଦ୍ଧାର କଲା ଓଡ୍ରାଫ୍ ଟିମ୍ first appeared on Sambad.from ଜିଲ୍ଲା | Sambad https://ift.tt/3iEnJ7g
0 Comments